Latest Odisha News

BREAKING NEWS

୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ; ରାସ୍ତାକଡରେ କୁନି ଝିଅକୁ ଫୋପଡି ପଳାଇଲା ଦୁର୍ବୃତ୍ତ

ପାରାଦ୍ଵୀପ : ଜଟାଧାର ମୁହାଣ ଥାନା ଅଞ୍ଚଳରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ଘରୁ ଉଠାଇ ନେଇ ୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ‌ଅଭିଯୋଗ । ସେତିକି ନୁହେଁ, ଏ ନରରାକ୍ଷସ କୁନିି ଶିଶୁକନ୍ୟାକୁ ଘରଠାରୁ ଦୂରରେ ଫିଙ୍ଗି ଦେଇ ଫେରାର ହୋଇଯାଇଛି ।

ମିଳିଥିବା ଖବର ଅନୁସାରେ,   ବାପା-ମା ଙ୍କ ମଝିରେ ଶୋଇଥିଲା ଶିଶୁକନ୍ୟା  । ବିଳମ୍ବିତ ରାତିରେ ଦୁର୍ବୃତ୍ତ ଆସି କୁନି ଝିଅକୁ ଟେକି ନେଇଥିଲା ।  ଦୁଷ୍କର୍ମ କରିବା  ପରେ ଘର ଠାରୁ କିଛି ଦୂରରେ କୁନି ଝିଅଟିକୁ ଫୋପାଡି ଦେଇ ପଳାଇ ଯାଇଥିଲା ।   ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା । କେହି ଜାଣି ପାରି ନ ଥିଲେ । ଏପରିକି କୁନି ଝିଅର କରୁଣ ଚିତ୍କାର କାହାକୁ ଶୁଭି ନ ଥିଲା ।

ସକାଳ ହେବରୁ ଲୋକେ ଦେଖିଲେ ଶିଶୁ କନ୍ୟାଟି କାନ୍ଦୁଛି ।  ବସ୍ତିର ଅନ୍ୟ ଏକ ଦମ୍ପତ୍ତି ଝିଅକୁ ସେଠାରୁ ନେଇ ପରିବାରକୁ ଦେଇଥିଲେ। ଗୁରୁତର ଅବସ୍ଥଶରେ ଶିଶୁ କନ୍ୟାକୁ ପ୍ରଥମେ ଅଠବାଙ୍କି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଜଗତସିଂହପୁର ସ୍ଥାନାନ୍ତର କରାଯାଇଛି। ଏ ପର୍ଯ୍ୟନ୍ତ ଥାନାରେ କୈାଣସି ଲିଖିତ ଅଭିଯୋଗ ହୋଇନଥିଲେ ମଧ୍ୟ ପୋଲିସ ପକ୍ଷରୁ ଶିଶୁ କନ୍ୟାର ଚିକିତ୍ସା ବ୍ୟବସ୍ଥା କରାଯାଇଛି । ପୋଲିସ   ସଂପୃକ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରହିଛି।

Comments are closed.