Latest Odisha News

BREAKING NEWS

ରିଲିଜ୍ ହେଲା ‘ଡ୍ରିମ ଗର୍ଲ ୨’ର ଜବରଦସ୍ତ ଟିଜର

ମୁମ୍ବାଇ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ଡ୍ରିମ ଗର୍ଲ ୨’ର ଟିଜର ରିଲିଜ ହୋଇଯାଇଛି । ଏହି ଟିଜରରେ ଫିଲ୍ମର ପ୍ରଥମ ଝଲକ ଦେଖିବାକୁ ମିଳିଛି । ଫିଲ୍ମରେ ଆୟୁଷ୍ମାନଙ୍କ ବିପକ୍ଷରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏହା ସହିତ ପୂଜା ଅବତାରରେ ଆୟୁଷ୍ମାନ ଖୁରାନାଙ୍କର ଫାଷ୍ଟ ଲୁକ ବି ରିଲିଜ ହୋଇଯାଇଛି । ଏଥର ପ୍ରଶଂସକମାନେ ପୂଜାଙ୍କୁ ଡବଲ ହଟ ଏବଂ ଗ୍ଲାମରସ ଲୁକରେ ଦେଖିବାକୁ ପାଇବେ ।

ରିଲିଜ୍ ହୋଇଥିବା ଟିଜରରେ ଦେଖିବାକୁ ମିଳିଛି ଯେ, ଆୟୁଷ୍ମାନ ଲାଲ ରଙ୍ଗର ଶାଢି ପିନ୍ଧି ପୂଜାଙ୍କ ଚରିତ୍ରରେ ନଜର ଆସିଛନ୍ତି । ପୂଜା ଭୂମିକାରେ ଆୟୁଷ୍ମାନ ଅଙ୍ଗଭଙ୍ଗି କରି ଚାଲୁଛନ୍ତି ।  ପ୍ରଶଂସକମାନେ ପୂଜାଙ୍କ ସୁନ୍ଦର ଚେହେରାକୁ ଦେଖିବାକୁ ପାଇଛନ୍ତି । ପୂଜା ଭୂମିକାରେ ଆୟୁଷ୍ମାନଙ୍କ ବ୍ୟାକଲେସ ବ୍ଲାଉଜ ଏବଂ ଚାଲି ଦେଖି ପ୍ରଶଂସକଙ୍କ ଉତ୍ସାହ ବଢିଛି । ଟିଜରରେ ସସପେନ୍ସ ରହିଛି । ଏହି ଫିଲ୍ମର ଟ୍ରେଲର ମଙ୍ଗଳବାର ରିଲିଜ ହେବାର କାର୍ଯ୍ୟକ୍ରମ ରହିଛି ।

ନିର୍ଦ୍ଦେଶକ ରାଜ ଶାଣ୍ଡିଲ୍ୟ ଏକ ନିଆରା ଢଙ୍ଗରେ ‘ଡ୍ରିମ ଗାର୍ଲ ୨’ କୁ ପ୍ରମୋଟ କରୁଛନ୍ତି । ଆୟୁଷ୍ମାନ ଖୁରାନା ତାଙ୍କ ଇନଷ୍ଟାଗ୍ରାମରେ ଡ୍ରିମ ଗାର୍ଲ ୨ର ଏକ ନୂଆ ପୋଷ୍ଟର ସେୟାର କରିଛନ୍ତି । ଏହି ଫିଲ୍ମ ଆସନ୍ତା ୨୫ ତାରିଖରେ ରିଲିଜ ହେବ ।

Comments are closed.