ବ୍ୟୁରୋ: ଅଭିନେତ୍ରୀ ସାଇ ପଲ୍ଲବୀ । ପୌରାଣୀକ ମହାକାବ୍ୟ ରାମାୟଣରେ ମା ସୀତାଙ୍କ ରୋଲ୍ ପ୍ଲେ କରି ଏବେ ଲାଇମଲାଇଟରେ ଥିବା ସାଉଥ ସୁନ୍ଦରୀ ପୁଣି ଚର୍ଚ୍ଚାରେ । ତାଙ୍କର ଅଲଟାଇମ୍ ଚୁଲବୁଲି ନାୟିକା ଭୂମିକା ଛାଡି ଏକଦମ ନୂଆ ରୋଲରେ ନଜର ଆସିବେ ସମସ୍ତଙ୍କର ଏହି ପ୍ରୀୟ ଅଭିନେତ୍ରୀ । ‘ଓମ୍ ଚାପ୍ଟର-୧ ଉଦ୍ଧିରମ୍- ଦ ବ୍ଲଡ୍ ଉଡ୍’ ଫିଲ୍ମରେ ସିବିଆଇ ଅଫିସର ନିତ୍ୟା ରେଡୀ ଭୂମିକାରେ ନଜର ଆସିବେ ସାଇ ପଲ୍ଲବୀ । ଏନେଇ ମେକର୍ସ ତାଙ୍କର ଲୁକ୍ସ ରିଭିଲ୍ କରିଛନ୍ତି । ଗୋଟେ ମିନିଟ୍ ୪୩ ସେକେଣ୍ଡର ଏହି ଭିଡିଓରେ ସାଇ ପଲ୍ଲବୀଙ୍କ ଫ୍ୟୁରିଅସ ଓ ଆକ୍ସନ ଅବତାର ଦେଖିବାକୁ ମିଲିଛି । ଲାଲ୍ ଚନ୍ଦନ ତସ୍କରୀ ମାମଲାର ତଦନ୍ତ କରୁଥିବା ଅଫିସର ସାଜିଛନ୍ତି ପଲ୍ଲବୀ । ଯାହାର ଇନଭେଷ୍ଟିଗେସନ ଅପରେସନର ନାଁ ଓମ୍ ରଖାଯାଇଛି । ଫିଲ୍ମରେ ଭରପୁର ଆକ୍ସନ ସିକ୍ୱେନ୍ସ ରହିଥିବା ବେଳେ ବୋଲଡ ଡାଇଲଗ ଡେଲିଭରୀ ଦେଖି ସାଇ ପଲ୍ଲବୀଙ୍କ ପ୍ରଶଂସା କରାଯାଉଛି । ଅନ୍ୟାନ୍ୟ ରୋଲରେ ଧନୁଷ ଓ ମାମୁଟ୍ଟି ନଜର ଆସିବେ ।ଫିଲ୍ମରେ ଶ୍ରୀଲୀଲା ଓ ନାସିରୁଦ୍ଦିନ ଶାହା ମଧ୍ୟ ନଜର ଆସିବେ ।
ଆସନ୍ତା ନଭେମ୍ବର ୨୦ରେ ଫିଲ୍ମଟି ରିଲିଜ୍ ହେବ । ପୂର୍ବରୁ ଅକ୍ଟୋବର ୧୬ରେ ଫିଲ୍ମଟି ରିଲିଜ୍ ହେବାର ଥିଲା । ହେଲେ ସେହି ସମୟରେ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ଜେଲର-୨ ରିଲିଜ୍ ହୋଇଥିଲା, ତେଣୁ ରିଲିଜ୍ ଡେଟ୍ ଘୁଂଚାଇଥିଲେ ଅଭିନେତା ଧନୁଷ । ଫିଲ୍ମରେ ମ୍ୟୁଜକ୍ ଦେଇଛନ୍ତି ସାଇ ଅଭୟଙ୍କର । ଶ୍ରଦ୍ଧା ଅଗ୍ରବାଲ ଓ ଧନୁଷ ଫିଲ୍ମର ପ୍ରଯୋଜନା କରୁଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ରାଜକୁମାର ପେରିଆସାମି । ସାଇ ପଲ୍ଲବୀଙ୍କ ଏହି ଲୁକ୍ସ ଦେଖି ତାଙ୍କ ଫ୍ୟାନ୍ କୁଇନ୍ ଇଜ୍ ବ୍ୟାକ୍ ବୋଲି କମେଂଟ ଦେଲେଣି ।

