Latest Odisha News

BREAKING NEWS

Priyanka’s Karwa Chauth: ବିଦେଶରେ ଦେଶୀ ଗର୍ଲଙ୍କ ଦେଶୀ ଅବତାର, ନିକ୍‌ଙ୍କ ଲମ୍ବା ଆୟୁଷ ପାଇଁ ରଖିଲେ ବ୍ରତ!

ମୁମ୍ବାଇ: ସାତ ଦରିଆ ପାରିରେ ବି ଭୁଲିଲେନି ପରମ୍ପରା!

ଭାରତୀୟ ଅନ୍ଦାଜରେ କର୍‌ୱା ଚୌଥ୍‌ ପାଳିଲେ ଦେଶୀ ଗର୍ଲ!

ବଲିଉଡ୍‌ରୁ ହଲିଉଡ୍‌ ସବୁଠି ନିଜ ଛାପ ଛାଡ଼ିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବିଦେଶରେ ରହି ବି ଭୁଲିନାହାନ୍ତି ଭାରତୀୟ ପରମ୍ପରା। ଆମେରିକାରେ ନିଜ ସ୍ୱାମୀ ତଥା ଗାୟକ ନିକ୍ ଜୋନସ୍‌ଙ୍କ ପାଇଁ କର୍‌ୱା ଚୌଥ୍ ବ୍ରତ ରଖିଛନ୍ତି ପ୍ରିୟଙ୍କା। ଏହି ଅବସରରେ ସୋସିଆଲ ମିଡିଆରେ ସେୟାର କରିଥିବା ତାଙ୍କ ଫଟୋ ଏବେ ଚର୍ଚ୍ଚାରେ।

ଫଟୋରେ ପ୍ରିୟଙ୍କାଙ୍କୁ ନାଲି ପୋଷାକରେ ଏକଦମ୍ ଦେଶୀ ଅନ୍ଦାଜରେ ଦେଖିବାକୁ ମିଳିଛି। ହାତରେ ପୂଜା ଥାଳି, ଥାଳିରେ ଜଳୁଛି ଦୀପ ଏବଂ ଚନ୍ଦ୍ର ଦେଖିବା ପାଇଁ ରହିଛି ଛଣା। ଅନ୍ୟପଟେ ନିକ୍ ମଧ୍ୟ କୁର୍ତ୍ତା ପିନ୍ଧିଥିବାର ନଜର ଆସିଛନ୍ତି। ଫଟୋ ସହ ପ୍ରିୟଙ୍କା ଲେଖିଛନ୍ତି, “ଠିକ୍ ଅଛି, ମୁଁ ପ୍ରତିବର୍ଷ ଟିକେ ଫିଲ୍ମି ହୋଇଯାଏ।” କେବଳ ଏତିକି ନୁହେଁ, କର୍‌ୱା ଚୌଥ୍ ଅବସରରେ ପ୍ରିୟଙ୍କା ହାତରେ ମେହେନ୍ଦି ଲଗାଇଥିବା ଫଟୋ ମଧ୍ୟ ସେୟାର କରିଛନ୍ତି। ଚନ୍ଦ୍ର ଉଦୟକୁ ଅପେକ୍ଷା କରି ସେ ଲେଖିଥିଲେ, “ଏହି ଚନ୍ଦ୍ର କେବେ ଉଠିବ?” ମେହେନ୍ଦିର ଫଟୋ ସହ ତାଙ୍କ କ୍ୟାପ୍‌ସନ୍ ଥିଲା, “ପ୍ରିୟତମଙ୍କ ନାମରେ… କର୍‌ୱା ଚୌଥ୍ ପାଳନ କରୁଥିବା ସମସ୍ତଙ୍କୁ ଶୁଭେଚ୍ଛା।” ପ୍ରିୟଙ୍କା ଆଉ ଏକ ଫଟୋରେ ନିକ୍‌ଙ୍କ ସହ ଝିଅ ମାଳତୀ ମେରିଙ୍କୁ ମଧ୍ୟ ଦେଖାଇଛନ୍ତି। ଏହି ଫଟୋର କ୍ୟାପ୍‌ସନ୍‌ରେ ସେ ଲେଖିଛନ୍ତି, “ଡାଡି ଘରେ… ଗୋଟିଏ ଫ୍ରେମ୍‌ରେ ମୋର ପୂରା ଦୁନିଆ। ହ୍ୟାପି କର୍‌ୱା ଚୌଥ୍।”

ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଆମେରିକାର ବୋହୂ ହେବା ପରେ ବି ନିଜ ଭାରତୀୟ ମୂଳ ଓ ସଂସ୍କୃତିକୁ ଭୁଲିନାହାନ୍ତି। ନିଜ ଝିଅ ମାଳତୀକୁ ମଧ୍ୟ ଭାରତୀୟ ପରମ୍ପରା ଓ ସଂସ୍କୃତି ସହ ଯୋଡ଼ି ରଖିବାକୁ ଚେଷ୍ଟା କରୁଛନ୍ତି। ଭାରତରେ ପାଳନ ହେଉଥିବା ବିଭିନ୍ନ ପର୍ବପର୍ବାଣୀକୁ ସେ ଆମେରିକାରେ ମଧ୍ୟ ଧୁମ୍‌ଧାମ୍‌ରେ ପାଳନ କରନ୍ତି। ଏହି ଖାସ୍ ମୁହୂର୍ତ୍ତଗୁଡ଼ିକର ଫଟୋ ସୋସିଆଲ ମିଡିଆରେ ସେୟାର କରି ପ୍ରଶଂସକଙ୍କ ସହ ନିଜ ଖୁସି ବାଣ୍ଟନ୍ତି।

ଏପଟେ ଦୀର୍ଘ ଆଠ ବର୍ଷ ପରେ ଭାରତୀୟ ସିନେମାକୁ ଫେରିବାକୁ ଯାଉଛନ୍ତି ପ୍ରିୟଙ୍କା। ଏସ୍‌.ଏସ୍‌. ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ବାରାଣସୀ’ରେ ସେ ଅଭିନୟ କରିବେ। ଏଥିରେ ମହେଶ ବାବୁ ମଧ୍ୟ ନଜର ଆସିବେ। ଫିଲ୍ମଟି ୭ ଏପ୍ରିଲ୍ ୨୦୨୭ରେ ସିନେମା ହଲ୍‌କୁ ଆସିବାର କାର୍ଯ୍ୟକ୍ରମ ରହିଛି। ପ୍ରିୟଙ୍କା ଶେଷଥର ପାଇଁ ୨୦୧୯ରେ ‘ଦ ସ୍କାଏ ଇଜ୍ ପିଙ୍କ୍’ ଫିଲ୍ମରେ ଏକ ଭାରତୀୟ ସିନେମାରେ ନଜର ଆସିଥିଲେ।

Leave A Reply

Your email address will not be published.