Latest Odisha News

BREAKING NEWS

ନବରଙ୍ଗପୁରର ନମ୍ରତା, ଆରଆଇ ଚାକିରି ଛାଡି ଓଏଏସ ପରୀକ୍ଷାରେ ହେଲେ ସଫଳ

ଭୁବନେଶ୍ୱର/ନବରଙ୍ଗପୁର: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ବହୁ ପ୍ରତୀକ୍ଷିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା (ଓଏଏସ୍) ୨୦୨୧ର ଫଳାଫଳ ସୋମବାର ପ୍ରକାଶ ପାଇଛି। ସୁଦେବ କୁମାର ପୃଷ୍ଟି ଓସିଏସ୍ ୨୦୨୧ରେ ଟପ୍ପର ହୋଇଛନ୍ତି। ସେହିପରି ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ୫ଜଣ ମହିଳା ରହିଥିବା ବେଳେ ଶ୍ରେଷ୍ଠ ୨୦ଜଣଙ୍କ ମଧ୍ୟରେ ୯ଜଣ ମହିଳା ରହିଛନ୍ତି।

ରେଜଲ୍ଟ ପ୍ରକାଶ ପାଇବା ସହ ଓପିଏସସି ଓଡ଼ିଶା ସିଭିଲ ସର୍ଭିସ (ଗ୍ରୁପ୍ ଏ ଓ ବି) ୨୦୨୧ ଅଧୀନରେ ଥିବା ପଦବୀ ଗୁଡ଼ିକରେ ନିଯୁକ୍ତି ପାଇଁ ଯୋଗ୍ୟତା କ୍ରମରେ ୪୩୨ ଜଣ ପ୍ରାର୍ଥୀଙ୍କୁ ସୁପାରିସ କରିଛି। ମୋଟ ୪୩୨ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୬୪ ଜଣ ମହିଳା ରହିଛନ୍ତି।

ଏହି କ୍ରମରେ ଅଛନ୍ତି ନବରଙ୍ଗପୁରର ନମ୍ରତା ମିଶ୍ର। ଯିଏକି ଓପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ୧୦୩ ନମ୍ବରରେ ରହିଛନ୍ତି। ନମ୍ରତା ପୂର୍ବରୁ କମ୍ପ୍ୟୁଟର ଇଂଜିନିୟରିଂ ଚାକିରି ଛାଡି ଆରଆଇ ଚାକିରିରେ ଯୋଗ ଦେଇଥିଲେ। କିନ୍ତୁ ଚାକିରି ଛା଼ଡି ଓପିଏସସି ପରୀକ୍ଷା ଦେଇଥିଲେ ଏବଂ ପ୍ରଥମ ଥର ବିଫଳ ହୋଇଥିବା ବେଳେ ଦ୍ଵିତୀୟ ଥର ପରୀକ୍ଷାରେ ସେ ଓପିଏସସିରେ କୃତକାର୍ଯ୍ୟ ହୋଇଛନ୍ତି। ଏବଂ ନିଜର ଏହି ସଫଳତା ପାଇଁ ପରିବାର ଓ ଭଗବାନଙ୍କୁ ବିଶେଷ ଭାବେ ନବରଙ୍ଗପୁରର ଆରାଧ୍ୟ ଦେବୀ ମା ଭଣ୍ଡାର ଘରଣୀଙ୍କ ଆଶୀର୍ବାଦରୁ ସଫଳ ହୋଇଥିବା କହିଛନ୍ତି।

ଜନସାଧାରଣ ତଥା ନବରଙ୍ଗପୁରର ଲୋକଙ୍କ ପାଇଁ କିଛି ଭଲ କାର୍ଯ୍ୟ କରିବାର ସ୍ୱପ୍ନ ସଫଳ କରିବେ ବୋଲି ପ୍ରକାଶ କରିଛନ୍ତି । ନମ୍ରତାଙ୍କ ବାପା ସୁବାସ ମିଶ୍ର ଜଣେ ଅବସରପ୍ରାପ୍ତ ଗୋଷ୍ଠୀ ମଙ୍ଗଳ ଅଧିକାରୀ ଓ ମା ସୁଧାଂଶୁ କିରଣ ରଥ ଜଣେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ। ଝିଅର ସଫଳତାରେ ସେମାନେ ବହୁତ ଖୁସି ଥିବା ପ୍ରକାଶ କରିବା ସହିତ ନବରଙ୍ଗପୁରର ଅବସ୍ଥିତ ଗରିବ ଜନସାଧାରଣଙ୍କ ପାଇଁ କିଛି କରିବାର ସ୍ୱପ୍ନ ଅମିତାଙ୍କ ପୁରଣ ହୋଇଥିବା ବାପା ସୁବାସ ପ୍ରକାଶ କରିଛନ୍ତି।

ସେହିପରି ନବରଙ୍ଗପୁର ସହରର ଦଳେଇ ସାହିର ସୁରଜ ପ୍ରଧାନ ଓପିଏସସି ପରୀକ୍ଷାରେ ୧୩୭ ରାଙ୍କ ଉତ୍ତୀର୍ଣ୍ଣ ହୋଇଛନ୍ତି। ସୁରଜ ପ୍ରଧାନ ବ୍ୟାଙ୍କ ଅଫ ଇଣ୍ଡିଆରେ ଚାକିରି କରୁଛନ୍ତି । ସୁରଜ ପ୍ରଧାନଙ୍କ ବାପା ପ୍ରକାଶ ଚନ୍ଦ୍ର ପ୍ରଧାନ ଓ ମା କନକ ଲତା ପ୍ରଧାନ। ବାପା ଜଣେ ବ୍ୟବସାୟୀ। ସୁରଜ ନିଜ ସଫଳତା ପାଇଁ ପରିବାର ମା ଓ ବାପା ଙ୍କୁ ଦେଇଛନ୍ତି  ସେହିପରି ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକର କୁର୍ମାକୋଟର ବିଶ୍ୱଜିତ କରକରା ୨୮୯ ରାଙ୍କରେ କୃତକାର୍ଯ୍ୟ ହୋଇଛନ୍ତି ।

Comments are closed.