Latest Odisha News

BREAKING NEWS

ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତରେ ଗଲା ୯ ଜୀବନ

ଭୁବନେଶ୍ୱର: ସୋମବାର ରାଜ୍ୟରେ ପୃଥକ ପୃଥକ ବଜ୍ରପାତରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ଅପରାହ୍ନରେ ୨ଟା ପରେ ସଂଧ୍ୟା ୬ଟା ଯାଏ ପ୍ରବଳ ବର୍ଷା ସହିତ ବିଜୁଳି ଘଡଘଡି ମାରିଥିଲା। ଯେଉଁଥିରେ ଖବର ଲେଖା ହେବା ସୁଦ୍ଧା ୯ ଜଣଙ୍କର ବିଜୁଳି ଆଘାତରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ପିପିଲି ଦାଣ୍ଡମୁକୁନ୍ଦପୁର ବାହାବଜାରରେ ଜଣେ ମହିଳାଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଛି। ସେହିପରି କେନ୍ଦୁଝର ଆନନ୍ଦପୁରର ହାଟଡିହିରେ ବଜ୍ରାଘାତରେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ବେଳେ ବୋନାଇ ଥାନା ଘୋଷରା ଗାଁର ଜଣେ ନାବାଳିକା ଗୁରୁତର ଆହତ ହୋଇଛନ୍ତି।

ସେହିପରି ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ ପଦନପୁର ଗାଁରେ ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଆଉ ଜଣେ ଚାଷୀ ପ୍ରାଣ ହରାଇଛନ୍ତି। ଚମ୍ପୁଆର ଇଚିଣ୍ଡାରେ ଜଣେ ଓ ନୀଳଗିରିର ଧୁବଶିଳାରେ ଜଣେ ଚାଷୀଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି।

ସେହିପରି ଭଦ୍ରକ ତିହିଡି ବ୍ଲକ ଅନ୍ତର୍ଗତ କଣପଡା ଗାଁରେ ସୋମବାର ବଜ୍ରପାତରେ ଜଣେ ମହିଳାଙ୍କ ଜୀବନ ଯାଇଛି।

ସେହିପରି ଚିଲିକା ହ୍ରଦରେ ବଜ୍ରପାତ ହେବାରୁ ବାପ-ପୁଅଙ୍କ ମୃତ୍ୟୁ ହୋଇଛି। ମୃତକ ଦ୍ୱୟ ହେଲେ ବିଧାନ ବିଶ୍ୱାସ ଓ ତାଙ୍କ ପୁଅ ଉତ୍ତମ। ବାପ-ପୁଅ ମାଛ ଧରିବାକୁ ଚିଲିକାକୁ ଯାଇଥିବା ବେଳେ ହ୍ରଦ ମଝିରେ ବଜ୍ରପାତ ହୋଇଥିଲା।

Comments are closed.