ବଲାଙ୍ଗୀର: ଭାରତରେ ବହୁ ରହସ୍ୟମୟ ମନ୍ଦିର ରହିଛି। ସେହି ସବୁ ମନ୍ଦିରରେ ଏମିତି କିଛି ରହସ୍ୟ ଲୁଚି ରହିଥାଏ ଯେ, ବୈଜ୍ଞାନିକମାନେ ମଧ୍ୟ ରହସ୍ୟ ପଛର ସତ୍ୟତା ଖୋଜି ବାହାର କରିପାରିନାହାଁନ୍ତି। ତନ୍ମଧ୍ୟରୁ ଓଡ଼ିଶାରେ ମଧ୍ୟ ରହିଛି ଅନେକ ରହସ୍ୟମୟ ମନ୍ଦିର l ସେଥିମଧ୍ୟରୁ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ଅବସ୍ଥିତ ଶିବ ମନ୍ଦିର ଅନ୍ୟତମ। ଆଜି ବି ରହସ୍ୟ ଭିତରେ ରହିଯାଇଛି ମନ୍ଦିର ଭିତର କିଛି କଥା।
ଓଡିଶାର ଟିଟିଲାଗଡ଼ ହେଉଛି ସବୁଠାରୁ ଉତପ୍ତ ସହର। ସେଥିପାଇଁ ଟିଟିଲାଗଡ଼କୁ ତତଲାଗଡ଼ ମଧ୍ୟ କୁହାଯାଏ। ଟିଟିଲାଗଡ଼ କୁମୁଡା ପାହାଡ଼ରେ ରହିଛି ଶିବ-ପାର୍ବତୀଙ୍କ ଏହି ମନ୍ଦିର। ପାହାଡ ଉପରେ ଥିବାରୁ ଏଠାରେ ଭୀଷଣ ଗରମ ହୁଏ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ମନ୍ଦିର ବାହାରେ ଯେତେ ଗରମ ହେଲେ ବି ମନ୍ଦିର ଭିତର ଏ.ସି ଭଳି ଥଣ୍ଡାଥାଏ। ଭିତରେ ଟିକିଏ ହେଲେ ଗରମର ପ୍ରଭାବ ଦେଖିବାକୁ ମିଳେନି। ବାହାରେ ଟିକିଏ ସମୟ ଛିଡା ହେବା ବି ଭକ୍ତଙ୍କ ପାଇଁ ମୁସକିଲ ହୋଇଯାଏ। ହେଲେ ମନ୍ଦିର ଭିତରକୁ ପ୍ରବେଶ କରୁ କରୁ ଥଣ୍ଡା ଅନୁଭୂତ ହୋଇଥାଏ।
ଏନେଇ ମନ୍ଦିର ପୂଜାରୀ କୁହନ୍ତି ଯେ, ମନ୍ଦିରରେ ସ୍ଥାପିତ ଦେବାଦେବୀଙ୍କ ପ୍ରତିମା ଯୋଗୁଁ ଭିତରେ ଥଣ୍ଡା ଅନୁଭୂତ ହୋଇଥାଏ। ଭଗବାନ ଭୋଳାନାଥ ଓ ମାତା ପାର୍ବତୀଙ୍କ ମୂର୍ତ୍ତିରୁ ଥଣ୍ଡା ପବନ ଆସିଥାଏ ଯାହା ମନ୍ଦିର ବାତାବରଣକୁ ଥଣ୍ଡା ରଖିଥାଏ। ଥଣ୍ଡା ବାତାବରଣ କେବଳ ମନ୍ଦିର ଯାଏଁ ହିଁ ସୀମିତ। ତେବେ ଏହା ପଛରେ କଣ ରହସ୍ୟ ରହିଛି ତାକୁ ଜାଣିବାକୁ ବହୁତ ପ୍ରୟାସ ହୋଇଛି। କିନ୍ତୁ ଆଜି ଯାଏଁ ତାର ନିଷ୍କର୍ସ ବାହାରି ପାରିନାହିଁ। ଆଜି ବି ଏହା ରହସ୍ୟ ଘେରରେ ରହିଛି । କିଛି ଲୋକ ଏହାକୁ ଚମତ୍କାର କହୁଥିବା ବେଳେ କିଛି ଅନ୍ଧବିଶ୍ୱାସ ମଧ୍ୟ କୁହନ୍ତି।
BREAKING NEWS
- ଶୁଭାଂଶୁ ଶୁକ୍ଳାଙ୍କୁ ଅଶୋକ ଚକ୍ର ପ୍ରଦାନ…
- Khandagiri Jatra:ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ୧୪ ନିୟମ ଜାରି କଲା ଖଣ୍ଡଗିରି ପୋଲିସ
- Padma Awards 2026: ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ର, ସିବୁ ସୋରେନ, ରୋହିତ ଶର୍ମାଙ୍କୁ ପଦ୍ମଶ୍ରୀ…
- କିଟ୍ ଓ କିସର ମିନି ମାରାଥନ; ଶାଢ଼ି ପିନ୍ଧି ଦୌଡ଼ିଲେ ୬ ହଜାର ମହିଳା
- ‘ଫିଙ୍ଗର ଅନ୍ ଦି ଟ୍ରିଗର’; ଯୁଦ୍ଧ ମୁହାଁ ଆମେରିକା-ଇରାନ
- ବରିଷ୍ଠ ସାମ୍ବାଦିକ ମାର୍କ ଟୁଲିଙ୍କ ଦେହାନ୍ତ; ଭାରତରେ ବିତାଇଥିଲେ…
- ନବସୃଜନ ଉପରେ ଗୁରୁତ୍ୱ ଦେବାକୁ ପିଲାଙ୍କୁ ପ୍ରେରଣା ଦେଲେ ମୁଖ୍ୟମନ୍ତ୍ରୀ
- ଆଇସିସିର ନିଷ୍ପତି ମାନିନେଲା ବିସିବି, ଆଉ କରିବନି ଆବେଦନ
- କଟକ ଖାନନଗରରେ ‘ଆମ ବସ୍’ ଭଙ୍ଗାରୁଜା ଘଟଣା; ଆଇନ୍ ହାତକୁ ନନେବାକୁ କ୍ରୁଟର ଅପିଲ…
- ଜାପାନରେ ଆଉ ଦେଖିବାକୁ ନ ମିଳିପାରେ ପାଣ୍ଡା
Comments are closed.