Latest Odisha News

BREAKING NEWS

ଗିରଫ ହେଲେ ପାକ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍, ୫ ବର୍ଷ ଲଢି ପାରିବେନି ନିର୍ବାଚନ

ଇସଲାମବଦା: ବଢିଲା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଅଡୁଆ । ଇମ୍ରାନଙ୍କ ଖାନଙ୍କୁ ଜେଲ୍‌  । ତୋଷଖାନା ମାମଲାରେ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ  । ଏଥିସହ ୫ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବା ଉପରେ ଲାଗିଇଛନ୍ତି ରୋକ୍‌ ।

ପାକିସ୍ତାନ ଟ୍ରାଏଲ କୋର୍ଟ  ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ସହ ଏକ ଲକ୍ଷ ଜରିମାନା କରିଛନ୍ତି । କୋର୍ଟ ରାୟ ପରେ ଇସମଲାମବାଦ ପୋଲିସ ଇମ୍ରାନଙ୍କ  ବିରୋଧରେ ୱାରେଣ୍ଟ ଜାରି  କରିଛି । ଇମ୍ରାନଙ୍କ ପାର୍ଟି ପିଟିଆଇ କହିବା ଅନୁଯାୟୀ ତାଙ୍କୁ  ତାଙ୍କର ଜମା ପାର୍ଟ ସ୍ଥିତ ଘରୁ ଗିରଫ କରି ନେଇଛି ପୋଲିସ । କୋର୍ଟ ନିଷ୍ପତ୍ତି ପରେ ଇମ୍ରାନଙ୍କ ରାଜନୈତିକ କ୍ୟାରିଅରରେ ସଙ୍କଟ ଦେଖା ଦେଇଛି । କାରଣ ସେ ଆଗାମୀ ୫ ବର୍ଷ ଯାଏ ନିର୍ବାଚନ ଲଢି ପାରିବେ ନାହିଁ । ଏହି ଘଟଣା ପରେ ଇସଲାମବାଦରେ ମାହୋଲ ସରଗରମ ହୋଇ ଯାଇଛି ।

ସୂଚନାଥାଉ କି, ଏହା ପୂର୍ବରୁ ତୋଷଖାନା ମାମଲାକୁ ନେଇ ଇମ୍ରାକ ସୁପ୍ରିମ କୋର୍ଟରେ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାରୁ ମୁକ୍ତି ପାଇଁ ଇମ୍ରାନ ଆବେଦନ କରିଥିଲେ । ହେଲେ ଇମ୍ରାନଙ୍କ ଏହି ଆବେଦନକୁ ସୁପ୍ରିମ କୋର୍ଟ ଖାରଜ କରି ଦେଇଥିଲେ ।

କୋର୍ଟ ରାୟ ପରେ ଇମ୍ରାନଙ୍କ ଦଳ ପିଟିଆଇ ଅଭିଯୋଗ କରିଛି, କୋର୍ଟ ଏପରି ରାୟ ଘୃଣ୍ୟ ଏବଂ ଲଜ୍ଜାଜନକ । ଏହାଦ୍ୱାରା ଆଇନର ମଜାକ ଉଡା ଯାଇଛି । ଇମ୍ରାନଙ୍କୁ  ଅଯାଗ୍ୟ ପ୍ରମାଣିତ କରିବା ଏବଂ ଜେଲ ପଠାଇବା ପାଇଁ କୋର୍ଟ ଏପରି ରାୟ ଦେଇଛନ୍ତି ବୋଲି ଦଳ କହିଛି । ତେବେ ଏହାକୁ ହାଇକୋର୍ଟରେ ଚାଲେଞ୍ଜ କରବେ ଇମ୍ରାନ ।

Comments are closed.