Latest Odisha News

BREAKING NEWS

ଆଜି ବିଶ୍ଵ ବନ୍ଧୁତ୍ଵ ଦିବସ: ଜାଣନ୍ତୁ ବନ୍ଧୁତା ଦିବସର ଇତିହାସ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରେମ, ବିଶ୍ୱାସ ଓ ପରସ୍ପର ମଧ୍ୟରେ ଥିବା ଉତ୍ତମ ବୁଝାମଣାକୁ ହିଁ ବନ୍ଧୁତ୍ୱ କୁହାଯାଏ । ବନ୍ଧୁତାରେ ନଥାଏ ଆବିଳତା । ଜଣେ ପ୍ରକୃତ ବନ୍ଧୁ ବିପଦ ଆପଦ ସବୁ ସମୟରେ ପାଖରେ ଛିଡ଼ା ହୋଇଥାଏ । ସମସ୍ତଙ୍କ ଜୀବନରେ ବନ୍ଧୁ ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରେ । ଏହି ବନ୍ଧୁତାକୁ ବଜାୟ ରଖିବା ପାଇଁ ଓ ନିଜର ଭଲ ବନ୍ଧୁଙ୍କୁ ଏହାର ଅନୁଭବ କରାଇବା ପାଇଁ ପ୍ରତି ବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ‘ଫ୍ରେଣ୍ଡସିପ ଡ଼େ଼’ ରୂପରେ ପାଳନ କରାଯାଏ । ଏହି ଦିନକୁ ସାଙ୍ଗମାନେ ପରସ୍ପରକୁ ଚକଲେଟ, ଗ୍ରିଟିଙ୍ଗସ କାର୍ଡ଼, ଫ୍ରେଣ୍ଡସିପ ବ୍ୟାଣ୍ଡ ପରି ଅନେକ ଜିନିଷ ଉପହାର ଦେଇ ନିଜର ବନ୍ଧୁତା ଜାହିର କରନ୍ତି । ପୂର୍ବରୁ ବନ୍ଧୁତା ଦିବସ କେବଳ ବିଦେଶରେ ପାଳନ ହେଉଥିଲା । କିନ୍ତୁ ଏହା ଏବେ ଦେଶ, ରାଜ୍ୟ ତଥା ଗାଁ ମାନଙ୍କରେ ମଧ୍ୟ ଖୁବ୍ ଧୁମଧାମରେ ପାଳନ ହେଉଛି । ତେବେ ଆସନ୍ତୁ ଜାଣିବା ‘ଫ୍ରେଣ୍ଡସିପ ଡେ’ର ଇତିହାସ ।

ବିଶ୍ଵ ବନ୍ଧୁତ୍ୱ ଦିବସର ଇତିହାସ:

ବିଶ୍ୱ ବନ୍ଧୁତ୍ୱ ଦିବସ । ସାରା ବିଶ୍ୱ ଏହି ଦିନଟିକୁ ଫ୍ରେଣ୍ଡ ସିପ୍ ଡେ ଭାବେ ପାଳନ କରିଥାଏ । ୧୯୫୮ ମସିହା ଜୁଲାଇ ୩୦ରେ ମିଳିତ ଜାତିସଂଘ ବିଧିବଦ୍ଧ ଭାବେ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବିଶ୍ଵ ବନ୍ଧୁତ୍ଵ ଦିବସ ଭାବେ ଘୋଷଣା କରିଥିଲା । ଆଉ ସେହି ଦିନ ଠାରୁ ଅଗଷ୍ଟ ମାସ ପ୍ରଥମ ରବିବାରକୁ ସାରା ବିଶ୍ୱରେ ବନ୍ଧୁତ୍ୱ ଦିବସ ରୂପେ ପାଳନ ହୋଇଆସିଛି । ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ମାନ୍ୟତା ପାଇବା ପରେ ଦିନଟିର ମହତ୍ତ୍ୱ ବିଶ୍ୱ ସ୍ତରରେ ବଢିଛି । ତେବେ ବନ୍ଧୁତ୍ୱ ଦିବସ ପାଳନ କରିବାର କାରଣ ହେଉଛି, ପରସ୍ପର ମଧ୍ୟରେ ସ୍ନେହ, ଶ୍ରଦ୍ଧା ଓ ସହଯୋଗକୁ ବଢାଇବା । ଭାରତରେ ବନ୍ଧୁତ୍ୱ ଦିବସର ଲୋକ ପ୍ରିୟତା ଓ ବିଶେଷ ଭାବେ ଯୁବବର୍ଗଙ୍କ ଏହି ଦିନ ପ୍ରତି ଗୁରୁତ୍ୱ ଅହେତୁକ ଭାବେ ବଢିଛି ।

ଆନ୍ତର୍ଜାତିକ ବନ୍ଧୁତା ଦିବସ :

ଭାରତ ସହ ଅନେକ ଦକ୍ଷିଣ ଏସିଆର ଦେଶରେ ଅଗଷ୍ଟର ପ୍ରଥମ ରବିବାରକୁ ଫ୍ରେଣ୍ଡସିପ ଡ଼େ ରୂପରେ ପାଳନ କରାଯାଉଛି । କିନ୍ତୁ କିଛି ସ୍ଥାନରେ ବନ୍ଧୁତା ଦିବସକୁ ଅଗଷ୍ଟ ପ୍ରଥମ ରବିବାରରେ ପାଳନ କରାଯାଏ ନାହିଁ । ଓହାୟୋର ଅର୍ବଲିନରେ ୮ ଅପ୍ରେଲରେ ବନ୍ଧୁତା ଦିବସ ପାଳନ ହୁଏ । ଏହା ବ୍ୟତୀତ ଦୁନିଆର ଭିନ୍ନ ଭିନ୍ନ ସ୍ଥାନରେ ପାଳନ ହେଉଥିବା ବନ୍ଧୁତା ଦିବସର ତାରିଖ ଅଲଗା । ସୂଚନାଯୋଗ୍ୟ ୨୭ ଅପ୍ରେଲ ୨୦୧୧ରେ ସଂଯୁକ୍ତ ରାଷ୍ଟ୍ରର ସାଧାରଣ ସଭାରେ ୩୦ ଜୁଲାଇକୁ ଆନ୍ତର୍ଜାତିକ ବନ୍ଧୁତା ଦିବସ ଘୋଷିତ କରାଗଲା ।

ଭାରତରେ ବନ୍ଧୁତ୍ୱ ଦିବସର ଲୋକ ପ୍ରିୟତା ଓ ବିଶେଷ ଭାବେ ଯୁବବର୍ଗଙ୍କ ଏହି ଦିନ ପ୍ରତି ଗୁରୁତ୍ୱ ଅହେତୁକ ଭାବେ ବଢିଛି । ପ୍ରାୟ ୨୦୦୦ ମସିହା ପରେ ଆସ୍ତେ ଆସ୍ତେ ଭାରତୀୟ ଯୁବ ବର୍ଗଙ୍କ ମଧ୍ୟରେ ଏଭଳି ଏକ ନୂଆ କଥା ଦେଖିବାକୁ ମିଳିଥିଲା । କଲେଜ ପଢୁଆ ଟିନ୍ ଏଜର୍ସ ନିଜ ନିଜ ଭିତରେ ପରସ୍ପରକୁ ବ୍ୟାଣ୍ଡ ବାନ୍ଧି ଏହାକୁ ଉତ୍ସବରେ ପରିଣତ କରିବା ପାଇଁ ଉଦ୍ୟମ କଲେ । ଭାରତୀୟମାନେ ବନ୍ଧୁତ୍ୱ ଦିବସକୁ ଏଇ କିଛି ବର୍ଷ ହେବେ ଏକ ଭଲ ପାର୍ବଣ ଦିବସ ଭାବେ ମାନିଲେଣି । ଏ ଦିନରେ ପୂରୁଣା ବନ୍ଧୁଙ୍କୁ କଲ୍ ଯାଉଛି, ନହେଲେ ଅତିକମରେ ହ୍ୱାଟସ୍ ଆପରେ, ମେସଜରେ ଶୁଭେଚ୍ଛା ପହଞ୍ଚୁଛି । ସାଙ୍ଗମାନେ ଏକାଠି ହୋଇ ଭୋଜି କରୁଛନ୍ତି ଓ ପରସ୍ପର ସହ ସମୟ ଅତିବାହିତ କରିବାକୁ ପସନ୍ଦ କରୁଛନ୍ତି । ଏସବୁ ଏଦିନର ଗୁରୁତ୍ୱ ବଢାଇବା ସହ ସମ୍ପର୍କକୁ ଟାଣ କରିଛି ।

Comments are closed.