Latest Odisha News

ଚିକିତ୍ସାରେ ଅବହେଳା ଯୋଗୁ ତାମିଲ ଅଭିନେତ୍ରୀଙ୍କ ମୃତ୍ୟୁ

ମୁମ୍ବାଇ: ଚିକିତ୍ସା ଅବହେଳାରୁ ତାମିଲ ଅଭିନେତ୍ରୀ ସିନ୍ଧୁଙ୍କର ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୪୪ ବର୍ଷ ହୋଇଥିଲା । ଦୀର୍ଘ ଦିନ ହେବ ସେ ସ୍ତନ କର୍କଟରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । ନିକଟରେ ସିନ୍ଧୁଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଚେନ୍ନାଇର କିଲିପାକକାମର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ତାଙ୍କର ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଅଭିନେତ୍ରୀ ସିନ୍ଧୁଙ୍କ ମୃତ୍ୟୁ ଅର୍ଥର ଅଭାବ ସହ ଚିକିତ୍ସାରେ ଅବହେଳାରୁ ମୃତ୍ୟୁ ହୋଇଥିବା କୁହାଯାଉଛି । ସିନ୍ଧୁ ସ୍ତନ କର୍କଟରେ ପୀଡ଼ିତ ହେବା ପରେ ପରିବାର ଲୋକେ ତାଙ୍କର ଚିକିତ୍ସା ପାଇଁ ବହୁ ଚେଷ୍ଟା କରିଥିଲେ । ଏମିତି କି ତାଙ୍କ ଚିକିତ୍ସାରେ ଅନେକ ଟଙ୍କା ଖର୍ଚ୍ଚ ହେବାପରେ ତାଙ୍କ ପରିବାର ଆର୍ôଥକ ଅବସ୍ଥା ଦୁର୍ବଳ ହୋଇଯାଇଥିଲା । ଏହି କାରଣରୁ ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ । ଏଥିରେ ସେ ସ୍ତନ କର୍କଟରେ ପୀଡିତ ଥିବା ନେଇ କହିଥିଲେ । ଏଥିସହିତ ତାଙ୍କ ଚିକିତ୍ସା ପାଇଁ ଫ୍ୟାନ୍ସମାନଙ୍କୁ ଆର୍ôଥକ ସହାୟତା ବି ମାଗିଥିଲେ । କିନ୍ତୁ ପର୍ଯ୍ୟାପ୍ତ ଅର୍ଥ ମିଳିପାରି ନ ଥିଲା । ତେଣୁ ତାଙ୍କର ଚିକିତ୍ସା ଭଲ ଭାବେ ହୋଇ ପାରି ନ ଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସିନ୍ଧୁ ଅଙ୍ଗଡି ଥେରୁ, ଥେନାଭାଟୁ, ନାଡୋଡିଗାଲ, ନାନ ମହାନ ଆଲା, ଏବଂ କରୁପୁସାମି କୁଥାଗାଇଥାର ଆଦି ଫିଲ୍ମ ଅଭିନୟ କରିଥିଲେ । ତାଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରୁଥିଲେ ।

Comments are closed.