Latest Odisha News

ସୁରକ୍ଷା ବଳୟ ଭାଙ୍ଗି ତମନ୍ନାଙ୍କ ହାତ ଧରିଲେ ଯୁବକ

ମୁମ୍ବାଇ: ସୁରକ୍ଷା ବଳୟ ଭାଙ୍ଗି ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ହାତ ଧରିଲେ ଯୁବକ । ଏହା ଦେଖି ତମନ୍ନା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ସମୟରେ ତମନ୍ନାଙ୍କ ସୁରକ୍ଷା କର୍ମୀମାନେ ଯୁବକଙ୍କୁ କାବୁ କରି ବାହାରକୁ ନେବା ବେଳେ ଅଭିନେତ୍ରୀ ଅଟକାଇଥିଲେ । ପରେ ଯୁବକଙ୍କ ସହ ହାତ ମିଶାଇବା ସହ ସେଲଫି ବି ନେଇଥିଲେ । ତମନ୍ନାଙ୍କ ଏପରି ଆଚରଣ ଦେଖି ତାଙ୍କ ପ୍ରଶଂସକମାନେ ତାଙ୍କୁ ପ୍ରଶଂସା କରିଛନ୍ତି । ଏବେ ଏହାର ଏକ ଭିଡିଓ ଓ ଫଟୋ ଭାଇରାଲ ହେବାରେ ଲାଗିଛି ।

ତମନ୍ନା ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ । ସେ ପାରମ୍ପରିକ ଶାଢି ପିନ୍ଧି ଥିଲେ, ଯେଉଁଥିରେ ସେ ଖୁବ୍ ସୁନ୍ଦର ଲାଗୁଥିଲେ । ଏହି ସମୟରେ ଜଣେ ପ୍ରଶଂସକ ହଠାତ୍ ସୁରକ୍ଷା ବଳୟ ଭାଙ୍ଗି ଅଭିନେତ୍ରୀଙ୍କ ପାଖକୁ ଦୌଡ଼ି ଆସି ତାଙ୍କ ହାତକୁ ଧରିଥିଲେ । ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀମାନେ ଯୁବକଙ୍କୁ କାବୁ କରି ବାହାରକୁ ନେବାକୁ ଚେଷ୍ଟା କରିଥିଲେ । । କିନ୍ତୁ ତମନ୍ନା ସୁରକ୍ଷାକର୍ମୀଙ୍କୁ ଅଟକାଇ ଯୁବକଙ୍କ ସହ କଥା ହୋଇଥିଲେ । ପରେ ତାଙ୍କ ସହ ହାତ ମିଳାଇବା ସହ ସେଲଫି ନେଇଥିଲେ । ତମନ୍ନାଙ୍କ ଏପରି ଆଚରଣ ଦେଖି ତାଙ୍କ ପ୍ରଶଂସକମାନେ ତାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି । କିଛି ଲୋକ ଯୁବକଙ୍କ ଏଭଳି କାମକୁ ନିନ୍ଦା କରି ଅଭିନେତ୍ରୀଙ୍କୁ ଅଧିକ ସୁରକ୍ଷା ଦେବା ପାଇଁ ଦାବି କରିଛନ୍ତି ।

ଅଭିନେତ୍ରୀ ତମନ୍ନା ଏବେ ନିଜର ଆଇଟମ୍ ଗୀତ କାବାଲାକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ ଜେଲରରେ ଥିବା ଏହି ଆଇଟମ୍ ଗୀତକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଗୀତ ସହ ତମନ୍ନାଙ୍କ ଡାନ୍ସ ସମସ୍ତଙ୍କୁ ପସନ୍ଦ ଆସିଛି ।

Comments are closed.