ଭୁବନେଶ୍ୱର: ଡେପୁଟି ଫରେଷ୍ଟ ରେଞ୍ଜରଙ୍କ ଉପରେ ଭିଜିଲାନ୍ସ ଛାଟ । ଲାଂଚ ନେବା ବେଳେ ଧରାପଡିଲେ ମ୍ୟାଡାମ୍ ମୌସୁମୀ ବେହେରା । ଫୁଲନଖରା ରେଞ୍ଜ ଅଧିନ ଜଣେ କର୍ମଚାରୀଙ୍କଠାରୁ ବୃକ୍ଷରୋପଣ ସ୍ଥାନଗୁଡିକର ରକ୍ଷଣାବେକ୍ଷଣ ଏବଂ ଅନ୍ୟାନ୍ୟ କାମ ପାଇଁ ଉଦ୍ଦିଷ୍ଟ ବିଲ୍ ପାସ୍ କରିବା ବଦଳରେ ଲକ୍ଷେ ଟଙ୍କା ଲାଂଚ ନେଉଥିଲେ । ଜୁଲାଇରୁ ସେପ୍ଟେମ୍ବର ୨୦୨୬ ମଧ୍ୟରେ ତିନୋଟି ବୃକ୍ଷରୋପଣ ସ୍ଥାନର ରକ୍ଷଣାବେକ୍ଷଣ ପାଇଁ ଉଦ୍ଦିଷ୍ଟ ବିଲ୍ ପାସ୍ କରିବାକୁ ୩ ମାସର ଅର୍ଥରାଶି ମଂଜୁର କରିବାକୁ ୧ଲକ୍ଷ ଟଙ୍କା ଲାଂଚ ଦାବି କରିଥିଲେ । ଟଙ୍କା ନଦେଲେ ଆଗାମୀ ମାସର ବିଲ୍ ପାସ୍ ନକରିବାକୁ ଧମକ ବି ଦେଇଥିଲେ । ଟଙ୍କା ଦେବାରେ ଅକ୍ଷମ କର୍ମଚାରୀ ଅତିଷ୍ଟ ହୋଇ ଭିଜିଲାନ୍ସରେ ଜଣାଇଥିଲେ । ଏହାପରେ ଓଡିଶା ଭିଜିଲାନ୍ସର ଏକ ଟିମ୍ ଜାଲ ବିଛାଇ ମୌସୁମୀ ବେହେରା ଲାଂଚ ନେଉଥିବା ବେଳେ ଧରିଥିଲା । ତାଙ୍କଠାରୁ ୧ ଲକ୍ଷ ଟଙ୍କା ଜବତ କରାଯାଇଛି ।
ଏହାପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭଯୋଗରେ ତାଙ୍କ ସହ ସମ୍ପୃକ୍ତ ୨ଟି ସ୍ଥାନରେ ରେଡ୍ କରାଯାଉଛି । ଭିଜିଲାନ୍ସ ସେଲ୍ ଥାନାରେ ପିସି ଆଇନ ୨୦୧୮ ଧାରା ୭ ଅନୁସାରେ ଏକ ମାମଲା ରୁଜୁ ହୋଇଛି । ଘାଟକୁଳରେ ଥିବା ସରକାରୀ ବାସଭବନ, ନୂଆପଡା ଓ କଟକରେ ଥିବା ଘରେ ଏବଂ ଅଫିସରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ।

