Latest Odisha News

ଅନାସ୍ଥା ପ୍ରସ୍ତାବ ମତ ରଖିବା ପୂର୍ବରୁ ରାହୁଲ କହିଲେ, ‘ଏଥର ଯାହା କହିବି ହୃଦୟରୁ କହିବି’

ନୂଆଦିଲ୍ଲୀ: ପାର୍ଲାମେଣ୍ଟରେ ଆଜି ଅନସ୍ଥା ପ୍ରସ୍ତାବ ଉପରେ ଆଲୋଚନାର ୨ୟ ଦିନ । ଲୋକସଭାରେ ଏ ନେଇ ଆଲୋଚନା ଆରମ୍ଭ ହୋଇ ଯାଇଛି । ଆଜି ରାହୁଲ ଅନାସ୍ଥା ପ୍ରସ୍ତାବ ଉପରେ ନିଜର ମତ ରଖିଛନ୍ତି । ରାହୁଲଙ୍କ ବ୍ୟତୀତ କଂଗ୍ରେସ ପକ୍ଷରୁ ରେୱନ୍ତ ରେଡ୍ଡି ଏବଂ ହେଭି ହର୍ଡନଙ୍କ ନାମ ମଧ୍ୟ ଦିଆଯାଇଛି । ବିପକ୍ଷଙ୍କ ଅଭିଯୋଗ ଉପରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ସରକାରଙ୍କ ପକ୍ଷ ରଖିବେ ।ଏହାପରେ ଗୃହ ମନ୍ତ୍ରୀ ଅମିତ ଶାହ, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ହିନା ଗବିତ, ରମେଶ ବେଧୁଡି ମଧ୍ୟ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିବେ ।

ଗତକାଲି ରାହୁଲ ଗାନ୍ଧି କଂଗ୍ରେସ ପକ୍ଷରୁ ଆଲୋଚନା ଆରମ୍ଭ କରିଥାନ୍ତେ । ହେଲେ କଂଗ୍ରେସ ଶେଷ ସମୟରେ ନିଜର ରଣନୀତି ବଦଳାଇଥିଲା । ଗୌରବ ଗୋଗୋଇ ଆଲୋଚନା ଆରମ୍ଭ କରିଥିଲେ ।

ଆଲୋଚନା ଆରମ୍ଭ କରି ରାହୁଲ ସ୍ପିକରଙ୍କୁ ସମ୍ବୋଧନ କରି କହିଥିଲେ, ‘ସ୍ପିକର ମହୋଦୟ, ମୁ କ୍ଷମା ମାଗୁଛି । ମୁଁ ଗତଥର ଅଦାନୀ ପ୍ରସଙ୍ଗ ଉପରେ କହିଥିଲି ବୋଲି ବରିଷ୍ଠ ନେତାଙ୍କୁ କଷ୍ଟ ହୋଇଥିଲା । ହେଲେ ଏବେ ଡରିବାର କିଛି ନାହିଁ । କାରଣ ଆଜି ମୁଁ ଅଦାନି ପ୍ରସଙ୍ଗରେ ନୁହେଁ, ଅନ୍ୟ କିଛି ପ୍ରସଙ୍ଗରେ କହିବି ।’

ରାହୁଲ କହିଥିଲେ, ଯେଉଁ କଥା ହୃଦୟରୁ ବାହାରିଥାଏ ତାହା ହୃଦୟକୁ ଛୁଇଁଥାଏ । ଆଜି ଦିମାଗ ନୁହେଁ ଦିଲରୁ କହିବାକୁ ଚାହୁଛି । ଆଜି ମୁଁ ଆପଣଙ୍କ ଉପରେ ବେଶି ଆକ୍ରମଣ କରିବିନି । ଗୋଟେ ବା ଦୁଇଟି ଗୋଲି ମାରିବି ।’

ଭାରତ ଯୋଡୋ ଯାତ୍ରା ପସଙ୍ଗ ଉଠାଇ କହିଥିଲେ, ଭାରତ ଏମତି ଏକ ଦେଶ ଯାହା ଅହଙ୍କାରକୁ ଭାଙ୍ଗିଦିଏ । ପଦଯାତ୍ରା ସମୟରେ ସେ ୨୦ରୁ ୨୫ କିମି ଦିନକୁ ଚାଲିବେ ବୋଲି ଭାବିଥିଲେ । ହେଲେ ଏହା ଏକ ଅଙ୍କାର ଥିଲା । ଦୁଇ ଦିନ ପରେ ଆଣ୍ଠୁ ଦରଜ ହେଲା । ମୋର ଅହଙ୍କାର ଭାଙ୍ଗି ଯାଇଥିଲା । ମୁଁ ମାତ୍ର ୮ରୁ ୧୦ କିମି ଚାଲି ପାରିଲି ।

Comments are closed.