ଟୋକିଓ: ଭୟଙ୍କର ଥିଲା ସେ ଦିନ, ସେ ମୁହୁର୍ତ୍ତ । ହସଖୁସିରେ ଉଛୁଳି ପଡୁଥିବା ସହର କ୍ଷଣକେ ମରୁଭୂମି ପାଲଟିଗଲା । ସବୁଠି ଛାଇଗଲା କୋକୁଆ ଭୟ । ପରିସ୍ଥିତି ଏତେ ଭୟଙ୍କର ଥିଲା ଯେ , ନିଃଶ୍ବାସ ନେଲେ ବି ଜୀବନ ଚାଲି ଯାଉଥିଲା । ଅତି ପ୍ରଖର ବେଗରେ ପରମାଣୁ ବୋମା ଛୁଟୁଥିଲା । ପୁରା ଆକାଶ ବିଷାକ୍ତ ଧୂଆଁରେ ଆଚ୍ଛାଦିତ ହୋଇଥିଲା । ନିମିଷକ ମଧ୍ୟରେ ସବୁ କିଛି ଛାରଖାର ହୋଇ ଯାଇଥିଲା । ଆଉ ଧ୍ବଂସସ୍ତୁପରେ ପରିଣତ ହୋଇଥିଲା ନାଗାସାକି ।
ଆଜି ହେଉଛି ଆମେରିକାର ପରମାଣୁ ବୋମା ବିସ୍ଫୋରଣର ୭୮ ତମ ବାର୍ଷିକୀ । ୨ୟ ବିଶ୍ବ ଯୁଦ୍ଧ ଚାଲିଥିବାବେଳେ ୧୯୪୫ ମସିହା ଅଗଷ୍ଟ ୬ ତାରିଖରେ ଜାପାନର ହିରୋସିମା ସହର ଉପରେ ପ୍ରଥମ ପରମାଣୁ ବୋମା ନିକ୍ଷେପ କରିଥିଲା ଆମେରିକା । ଯାହାର ନାମ ଥିଲା ଲିଟିଲ ବୟ । ଏହା ସତ୍ତ୍ବେ ବି ଜାପାନ ଆତ୍ମସମର୍ପଣ କରିନଥିଲା । ଏହାର ଠିକ୍ ୩ ଦିନ ପରେ ଅର୍ଥାତ୍ ଅଗଷ୍ଟ ୯ ତାରିଖରେ ଜାପାନର ନାଗାସାକି ସହର ଉପରେ ଆମେରିକା ପୁର୍ନବାର ଦ୍ବିତୀୟ ପରମାଣୁ ବୋମା ପକାଇଥିଲା । ଆଉ ଯାହାର ନାମ ଥିଲା ଫ୍ୟାଟ୍ ମ୍ୟାନ୍ ।
ସତରେ ବହୁତ୍ ଭୟଙ୍କର ଥିଲା ଏହି ବୋମା । ବୋମା ବିସ୍ଫୋରଣର ଭୟଙ୍କର ବିକିରଣରେ ପ୍ରାୟ ପାଖାପାଖି ୭୪ ହଜାରରୁ ୮୦ ହଜାର ଲୋକ ମୃତ୍ୟୁବରଣ କରିଥିଲେ । ଶେଷରେ ଜାପାନ ମୁଣ୍ଡ ନୁଆଁଇଥିଲା । ପରେ ଅଗଷ୍ଟ ୧୫ ତାରିଖରେ ଜାପାନ ଆତ୍ମସମପର୍ଣ କରିଥିଲା । ଏହା ପେର ଦ୍ବିତୀୟ ବିଶ୍ବଯୁଦ୍ଧ ସମାପ୍ତ ହୋଇଥିଲା ।
ତେବେ ଆଜିର ଦିନ ଅର୍ଥାତ୍ ପ୍ରତିବର୍ଷ ଅଗଷ୍ଟ ୯ ତାରିଖରୁ ନାଗାସାକି ଦିବସ ରୂପେ ପାଳନ କରାଯାଉଛି । ପରମାଣୁ ବୋମା ହମଲାରେ ପ୍ରାଣ ହରାଇଥିବା ସମସ୍ତ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।
ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଏହି ଭୟଙ୍କର ଆକ୍ରମଣର ଶିକାର ହୋଇଥିବା ଲୋକଙ୍କୁ ସମବେଦନା ଜଣାଇ କହିଛନ୍ତି ଯେ, ଆଣବିକ ଅସ୍ତ୍ର ମୁକ୍ତ ବିଶ୍ୱକୁ ହୃଦୟଙ୍ଗମ କରିବା ପାଇଁ ଆମେ ଆମର ଉଦ୍ୟମ ଜାରି ରଖିବୁ । ପରମାଣୁ ବିସ୍ଫୋରଣରେ ପୀଡିତଙ୍କ ଆତ୍ମାକୁ ଆନ୍ତରିକ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।
୭୮ ବର୍ଷ ପୂର୍ବେ ନାଗାସାକିରେ ଘଟିଥିବା ଏହି ଦୁଃଖଦ ଟ୍ରାଜେଡି ଘଟଣାର କେବେ ବି ପୁନରାବୃତ୍ତି ହେବ ନାହିଁ। ପରମାଣୁ ବୋମା ବିସ୍ଫୋରଣକୁ ସାମ୍ନାକ କରିଥିବା ଏକମାତ୍ର ଦେଶ ଜାପାନ ଆଣବିକ ଅସ୍ତ୍ରଶସ୍ତ୍ର ମୁକ୍ତ ବିଶ୍ୱକୁ ହାସଲ କରିବା ପାଇଁ ଉଦ୍ୟମ ଜାରି ରଖିବ ବୋଲି ସେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ପ୍ରଧାନମନ୍ତ୍ରୀ ।
Comments are closed.