Latest Odisha News

BREAKING NEWS

କଟକ: କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ମିଳିଲା ହାଇକୋର୍ଟରୁ ସର୍ତ୍ତ ମୂଳକ ଜାମିନ

ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟ ମଙ୍ଗଳବାର ଦିନ କଟକ ମ୍ୟୁନିସିପାଲ କର୍ପୋରେସନର କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ଜାମିନ ପ୍ରଦାନ କରିଛନ୍ତି । କର୍ପୋରେଟର ରଞ୍ଜିତା ଧଳ ସାମନ୍ତ ବ୍ରଦର୍ସଙ୍କ ସହିତ ଲିଙ୍କ ଥିବା ଅଭିଯୋଗରେ ଗିରଫ ହୋଇଥିଲେ ।

କୋର୍ଟ ରଞ୍ଜିତାଙ୍କୁ ୨୦ ହଜାର ଟଙ୍କାର ଦୁଇ ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ କରିଛନ୍ତି । କୌଣସି ସାକ୍ଷୀଙ୍କୁ ପ୍ରଭାବିତ କଲାଭଳି କିଛି କାର୍ଯ୍ୟ ନକରିବାକୁ କୋର୍ଟ ତାଙ୍କୁ ତାଗିଦ କରିଛନ୍ତି ।

ଗତ ମାର୍ଚ୍ଚ ମାସରେ କଟକ ମ୍ୟୁନିସିପାଲ କର୍ପୋରେସନର ୭ ନଂ ୱାର୍ଡ଼ର ବିଜେଡ଼ି କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ଡ଼ି-ବଦର୍ସଙ୍କ ସହିତ ଲିଙ୍କ ଥିବା ନେଇ କମିଶନରେଟ ପୋଲିସ ତାଙ୍କୁ ଗିରଫ କରିଥିଲା ।

ଋଞ୍ଜିତା ବେଆଇନ ମାରଣାସ୍ତ୍ର କାରବାରେ ସଂପୃକ୍ତ ଥିବା ନେଇ ଅଭିଯୋଗ ହେବା ସହିତ ଧଳସାମନ୍ତ ଭ୍ରାତାଙ୍କ ସହିତ ଲିଙ୍କ୍ ଥିବା ନେଇ ପୋଲିସ ତାଙ୍କୁ ଗିରଫ କରିଥିଲା ।

ଏକ ଗୁଳି ଚଳାଇବା ମାମଲା ମଧ୍ୟ ସଦର ପୋଲିସ ଥାନାରେ ରଞ୍ଜିତାଙ୍କ ନାମରେ ପୂର୍ବରୁ ରହିଛି ।

Leave A Reply

Your email address will not be published.