Latest Odisha News

BREAKING NEWS

ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କ ରାଜ, ଯୁବକଙ୍କୁ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣ

ପୁରୀ: ପୁଣି ପୁରୀରେ ଅପରାଧୀଙ୍କ ଚାଲିଛି ଆତଙ୍କ ରାଜ। ଶୁକ୍ରବାର ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କଲେ କିଛି ଦୁର୍ବୃତ୍ତ। ଆକ୍ରମଣରେ ନୂଆପାଟଣା ଲେନର ସନ୍ତୋଷ କୁମାର ରାଉତ ଗୁରୁତର ଭାବେ ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁସାରେ ଗତକାଲି ରାତିରେ ସନ୍ତୋଷ ବାଇକ ଯୋଗେ ଯାଉଥିବା ବେଳେ ସୁଆର ସାହି ନିକଟରେ ୪ ରୁ ୫ ଜଣ ଯୁବକ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ। ଆକ୍ରମଣ ହେଉଥିବା ଦେଖି ସନ୍ତୋଷ ନିଜ ଜୀବନ ରକ୍ଷା କରିବା ଲାଗି ଘରେ ପଶିଯାଇଥିଲେ। ଫଳରେ ସେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ। ଦୁର୍ବୁତ୍ତମାନେ ତାଙ୍କ ବାଇକକୁ ଭାଙ୍ଗି ଚୁରମାର କରିଦେଇଛନ୍ତି। ଘଟଣା ସମ୍ପରକରେ ଟାଉନ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Comments are closed.