Latest Odisha News

BREAKING NEWS

ଜୱାନର କ୍ଲିପ ଲିକ୍‌, ଏଫଆଇଆର ରୁଜୁ କଲେ ମେକର୍ସ

ମୁମ୍ବାଇ: ପଠାନ ଫିଲ୍ମ ସୁପରହିଟ ହେବା ପରେ ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ଜୱାନକୁ ନେଇ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ତେବେ ଫିଲ୍ମ ରିଲିଜ ହେବାକୁ ଆଉ ଅଳ୍ପ ଦିନ ବାକିଥିବା ବେଳେ ଏହାର କ୍ଲିପ ଲିକ ହୋଇଯାଇଛି । ଯାହାକୁ ନେଇ ମେକର୍ସ ଅସନ୍ତୋଷ ବ୍ୟକ୍ତ କରିବା ସହ ଏ ନେଇ ସାନ୍ତାକ୍ରୁଜ ପୋଲିସ ଷ୍ଟେସନରେ ଏଫଆଇଆର ରୁଜୁ କରିଛନ୍ତି । ଫ୍ରି ପ୍ରେସ ଜର୍ଣ୍ଣାଲ ରିପୋର୍ଟ ଅନୁସାରେ ଆଇଟି ଆକ୍ଟ ଅନୁସାରେ ରେଡ ଚିଲିଜ ପକ୍ଷରୁ ଲିକ ହୋଇଥିବା କ୍ଲିପ ସହ ରିପୋର୍ଟ ରୁଜୁ କରାଯାଇଛି । ୫ଟି ଟ୍ୱିଟର ହ୍ୟାଣ୍ଡେଲକୁ ମଧ୍ୟ ଚିହ୍ନଟ କରାଯାଇଛି । ପୂର୍ବରୁ ଜୱାନର ଏକ ସ୍ଲୋ ମୋଶନ ଫାଇଟ ସିନ ମଧ୍ୟ ଲିକ ହୋଇଥିଲା ।

ନିର୍ମାତା ପକ୍ଷରୁ ଏହି କ୍ଲିପ ହଟାଇବା ପାଇଁ କୋର୍ଟର ଆଶ୍ରୟ ନେଇଥିଲେ । ଅଟଲୀ କୁମାର ନିର୍ଦ୍ଦେଶିତ ଏହି ଫିଲ୍ମ ସେପ୍ଟମ୍ବର ୭ରେ ରିିଲିଜ ହେବ ବୋଲି ସ୍ଥିର ହୋଇଛି । ନୟନତାରା, ବିଜୟ ସେତୁପତିଙ୍କ ପରି କଳାକାର ଏଥିରେ ଅଭିନୟ କରୁଛନ୍ତି । ଶାହାରୁଖଙ୍କ ଚନ୍ଦା ଲୁକ ଲିକ ହୋଇଥିଲେ ମଧ୍ୟ ଏହାକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି ।

Comments are closed.