Latest Odisha News

BREAKING NEWS

ଆୟର୍ଲାଣ୍ଡ ଗସ୍ତରେ ଦ୍ରାବିଡ, ଲକ୍ଷ୍ମଣ ଯିବେନି

ନୂଆଦିଲ୍ଲୀ: ପ୍ରାୟ ବର୍ଷେ ହେବ ଆନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିଥିବା ଯଶପ୍ରୀତ ବୁମରାହ ଆୟର୍ଲାଣ୍ଡ ଗସ୍ତରେ ପ୍ରତ୍ୟାବର୍ତନ କରିବାକୁ ଯାଉଛନ୍ତି । ୩ ମ୍ୟାଚ ବିଶିଷ୍ଟ ଏହି ସିରିଜ ଅଗଷ୍ଟ ୧୮ରୁ ଆରମ୍ଭ ହେବ । ବୁମରାହଙ୍କୁ ଏହି ଗସ୍ତ ପାଇଁ ଅଧିନାୟକ ନିଯୁକ୍ତ କରାଯାଇଛି । ତେବେ ଏହି ଗସ୍ତରେ ମୂଖ୍ୟ କୋଚ ରାହୁଲ ଡ୍ରାଭିଡ ଓ ଏନସିଏ ଅଧ୍ୟକ୍ଷ ଭିଭିଏସ ଲକ୍ଷ୍ମଣ ଯିବେ ନାହିଁ । ଡ୍ରାଭିଡଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଲକ୍ଷ୍ମଣଙ୍କ ଗସ୍ତ ନେଇ ଖବର ପ୍ରକାଶ ପାଇଥିଲା । ଏବେ କିନ୍ତୁ ଲକ୍ଷ୍ମଣ ମଧ୍ୟ ଏହି ଗସ୍ତରେ ଯିବେ ନାହିଁ ବୋଲି ଖବର ପ୍ରକାଶ ପାଇଛି । ଡ୍ରାଭିଡ ଓ ଲକ୍ଷ୍ମଣଙ୍କ ଅନୁପସ୍ଥିତିରେ ବ୍ୟାଟିଂ କୋଚ ସୀତାଂଶୁ କୋଟାକଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯିବା ନେଇ ସମ୍ଭାବନା ବ୍ୟକ୍ତ କରାଯାଇଛି ।

ବୁମରାହ କ୍ୟାରିୟରରେ ଦ୍ୱିତୀୟ ଥର ପାଇଁ ଅଧିନାୟକ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି । ଏହା ପୂର୍ବରୁ ଜୁଲାଇ ୨୦୨୨ରେ ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟରେ ସେ ଅଧିନାୟକ ହୋଇଥିଲେ । ଟିମ ଇଣ୍ଡିଆ ଏବେ ୱେଷ୍ଟଇଣ୍ଡିଜ ଗସ୍ତରେ ରହିଛି । ଏଥିରୁ ମୁକେଶ କୁମାର, ଆଭେଶ ଖାଁ, ଅର୍ଶଦୀପ ସିଂ, ରବି ବିଶ୍ନୋଇ, ସଂଜୁ ସାମସନ, ଯଶସ୍ୱୀ ଜୈସୱାଲ ଓ ତିଳକ ବର୍ମା ଆୟର୍ଲାଣ୍ଡ ଗସ୍ତରେ ଯିବେ ।

Comments are closed.