ମୁମ୍ବାଇ: ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଖ୍ୟାତନାମା ଅଭିନେତା ସତ୍ୟରାଜ ଓରଫ କଟପ୍ପାଙ୍କ ମାଆ ନାଥମ୍ବଲଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । କୋଏମ୍ବାଟୁରସ୍ଥିତ ତାଙ୍କ ଘରେ ଦେହାନ୍ତ ହୋଇଯାଇଛି । ହାଇଦ୍ରାବାଦରେ ସୁଟିଂରେ ବ୍ୟସ୍ତ ଥିବା ସତ୍ୟରାଜ ମାଆଙ୍କ ମୃତ୍ୟୁ ଖବର ପାଇ ସଙ୍ଗେ ସଙ୍ଗେ କୋଏମ୍ବାଟୁର ଅଭିମୁଖେ ଯାଇଥିଲେ ।
ସତ୍ୟରାଜଙ୍କ ମାଆଙ୍କ ଦେହାନ୍ତ ପରେ ଅଭିନେତା କମଲ ହାସନ ଏବଂ ରାଜନେତା ଉଦୟନିଧି ଷ୍ଟାଲିନ ପ୍ରମୁଖ ସମବେଦନା ଜଣାଇଛନ୍ତି । କମଲ ହାସନ ଟ୍ୱିଟ କରି ଲେଖିଛନ୍ତି ଯେ, ସତ୍ୟରାଜ ମା’ଙ୍କ ଦେହାନ୍ତ ଖବର ଶୁଣି ଅତ୍ୟନ୍ତ ମର୍ମାହତ । ଏଭଳି ଦୁଃଖ ସମୟରେ ଭଗବାନ ତୁମ ପରିବାରକୁ ଶକ୍ତି ଦିଅନ୍ତୁ ।
ନାଥମ୍ବଲଙ୍କର ତିନୋଟି ସନ୍ତାନ ଥିଲେ । ଅଭିନେତା ସତ୍ୟରାଜ ଓ ଦୁଇ ଝିଅ କଳ୍ପନା ଏବଂ ରୂପା ଅଛନ୍ତି । ସତ୍ୟରାଜ ଓ ତାଙ୍କ ମା’ଙ୍କ ମଧ୍ୟରେ ଅତି ଘନିଷ୍ଠ ସମ୍ପର୍କ ଥିଲା । ତାଙ୍କ ମା ସତ୍ୟରାଜଙ୍କ ଫିଲ୍ମ ଦେଖିବାକୁ ବହୁତ ପସନ୍ଦ କରନ୍ତି । ଫିଲ୍ମ ‘ବାହୁବଲୀରେ ସତ୍ୟରାଜଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରିଥିଲେ ।
Comments are closed.