Latest Odisha News

BREAKING NEWS

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଭାରତ ଚାମ୍ପିୟନ

ମାଡ୍ରାସ: ମେୟର ରାଧାକ୍ରିଷ୍ଣ ଷ୍ଟାଡିୟମରେ ଅନୁଷ୍ଠିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଫାଇନାଲରେ ଭାରତ ୪-୩ ଗୋଲରେ ମାଲେସିଆକୁ ପରାସ୍ତ କରି ଚାମ୍ପିୟନ ହୋଇଛି । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଭାରତକୁ କିନ୍ତୁ ଫାଇନାଲରେ ମାଲେସିଆ ନାକେଦମ କରିଥିଲା । ଯୁଗରାଜ ସିଂ ଭାରତ ପକ୍ଷରୁ ପ୍ରଥମ ଗୋଲ କରି ଅଭିଯାନ ଆରମ୍ଭ କରିଥିଲା । ମାତ୍ର ଏହା ପରେ ନାଟକୀୟ ଢ଼ଙ୍ଗରେ ମାଲେସିଆ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ୩-୧ର ଅଗ୍ରଣୀ ହାସଲ କରି ନେଇଥିଲା ।

କମଲ ଅବୁ ଅରଜାଇ, ରାଜି ରେହମାନ ଅମିନୁଦିନ ମହମ୍ମଦ ଗୋଲ ସ୍କୋର କରିଥିଲେ । ଦ୍ୱିତୀୟାର୍ଦ୍ଧରେ ଆଟାକିଂ ଖେଳ ବ୍ୟତୀତ ଭାରତ ନିକଟରେ ବିକଳ୍ପ ରହି ନ ଥିଲା । ହରମନପ୍ରୀତ ସିଂ ତୃତୀୟ କ୍ୱାର୍ଟର ଆରମ୍ଭରେ ଏବଂ ଏହା ପରେ ଗୁରଜନ୍ତ ସିଂ ଗୋଲ କରିବା ଯୋଗୁ ମ୍ୟାଚ ୩-୩ ସମାନ ସ୍ଥିତିକୁ ଆସିଥିଲା ।

ଚତୁର୍ଥ କ୍ୱାର୍ଟରରେ ଉଭୟ ଦଳ ଗୋଲ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବାଜି ମାରିଥିଲା ଭାରତ । ଆକାଶଦୀପ ସିଂ ଦଳ ପାଇଁ ନିର୍ଣ୍ଣାୟକ ଗୋଲ ସ୍କୋର କରିଥିଲେ । ଭାରତ ଏଥିସହ ୪ର୍ଥ ଥର ପାଇଁ ଏହି ଟାଇଟଲ ହାସଲ କରିଛି । ଭାରତ ଓ ମାଲେସିଆ ମଧ୍ୟରେ ଓଭରାଲ ୧୨୫ ମ୍ୟାଚ ଖେଳାଯାଇଥିବା ବେଳେ ଭାରତ ୮୭ରେ ବିଜୟୀ ହୋଇଛି ।

Comments are closed.