Latest Odisha News

ଜିଓ ୫ଜି ଏମ୍‌ଏମ୍‌ ୱେଭ ସ୍ପେକ୍ଟ୍ରମ୍ ଆଧାରିତ ସେବାର ଶୁଭାରମ୍ଭ

ଭୁବନେଶ୍ୱର: ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ୍‌ (ଆରଜେଆଇଏଲ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ବିକଶିତ ‘୫ଜି ଏମ୍‌ଏମ୍‌-ୱେଭ ସ୍ପେକ୍ଟ୍ରମ’ ଆଧାରିତ ସେବାର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଆରଜେଆଇଏଲ ପକ୍ଷରୁ ଘଷୋଣା କରାଯାଇଛି ଯେ ଏହା ସମସ୍ତ ସ୍ପେକ୍ଟ୍ରମ୍ ବ୍ୟାଣ୍ଡ୍‌ରେ ସବୁ ଲାଇସେନ୍ସ ସେବା କ୍ଷେତ୍ରରେ ସେବା ଶୁଭାରମ୍ଭର ସର୍ବନିମ୍ନ ଆବଶ୍ୟକତା ସର୍ତ୍ତକୁ ପୂରଣ କରିଛି।

ବିଶେଷ କରି ୨୦୨୩ ଅଗଷ୍ଟ ୧୭ ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରିବାକୁ ସ୍ପେକ୍ଟ୍ରମ୍‌ ନେବା ବେଳେ ଜିଓ ପ୍ରତିଶ୍ରୁତି ଦେଇଥିଲା। ସମୟ ସୀମା ଶେଷ ହେବା ପୂର୍ବରୁ ଲକ୍ଷ୍ୟ ହାସଲ କରିଛି ଜିଓ। ୨୦୨୩ ଜୁଲାଇ ୧୯ରେ ଏହି ଆବଶ୍ୟକତାର ପ୍ରଥମ ପର୍ଯ୍ୟାୟକୁ ଜିଓ ପୂରଣ କରିଥିଲା ଏବଂ ଅଗଷ୍ଟ ୧୧ରେ ଟେଲିକମ୍ ବିଭାଗ ପକ୍ଷରୁ ସବୁ ସର୍କଲ୍‌‌ରେ ତାହାର ପରୀକ୍ଷଣ କରାଯାଇଥିଲା ।

ଆରଜେଆଇଏଲର ଅଧ୍ୟକ୍ଷ ଆକାଶ ଅମ୍ବାନୀ କହିଛନ୍ତି, ଦ୍ରୁତ ଗତିରେ ୫ଜି ସେବାର ଶୁଭାରମ୍ଭ କରିବା ଲାଗି ଆମେ ଭାରତ ସରକାର, ଟେଲିକମ୍‌ ବିଭାଗ ଓ ଦେଶର ୧୪୦କୋଟିରୁ ଅଧିକ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲୁ। ଏପରିକି ଦୁନିଆର ସବୁଠୁ ଦ୍ରୁତ ଗତିରେ ୫ଜି ସେବାର ଶୁଭାରମ୍ଭ କରି ଆମେ ଭାରତକୁ ଅଗ୍ରଣୀ ସ୍ଥାନରେ ପହଞ୍ଚାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛୁ।

ଲୋ ବ୍ୟାଣ୍ଡ୍‌‌, ମିଡ୍ ବ୍ୟାଣ୍ଡ୍ ଓ ଏମ୍‌‌ଏମ୍ ୱେଭ ସ୍ପେକ୍ଟ୍ରମ୍ ବ୍ୟାଣ୍ଡ୍‌‌ର ସମିଶ୍ରଣକୁ ଜିଓ ହାସଲ କରିଛି ଏବଂ ସମୃଦ୍ଧ ଫାଇବର୍ ନେଟ୍‌‌ୱର୍କ ଓ ସ୍ୱଦେଶୀ ପ୍ରଯୁକ୍ତିରେ ପ୍ରସ୍ତୁତ ନେଟ୍‌‌ୱର୍କକୁ ଯୋଡ଼ାଯାଇଥିବାରୁ ସମସ୍ତ ନାଗରିକଙ୍କ ପାଖରେ ୫ଜି ସେବା ଉପଲବ୍ଧ କରାଇବା ଲାଗି ଜିଓ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାରେ ତାହା ସହାୟକ ହେବ। ୨୦୨୨ ଅଗଷ୍ଟ ୫ରେ ଆମକୁ ୫ଜି ସ୍ପେକ୍ଟ୍ରମ୍‌ ମିଳିଥିଲା। ସେହି ଦିନଠାରୁ ଆମ ଟିମ୍‌ ଦିନରାତି କାମ କରି ଚଳିତ ବର୍ଷ ଶେଷ ସୁଦ୍ଧା ଦେଶର କୋଣ ଅନୁକୋଣରେ ଥିବା ସବୁ ନାଗରିକଙ୍କ ପାଖରେ ୫ଜି ସେବା ପହଞ୍ଚାଇବା ଉଦ୍ୟମ କରୁଛି ବୋଲି ଆକାଶ ଅମ୍ବାନୀ କହିଛନ୍ତି।

୫ଜି ଏମ୍‌‌ଏମ୍ ୱେଭର ଅର୍ଥ ହେଉଛି ଅଧିକ ବ୍ୟାଣ୍ଡ୍‌‌ୱିଡ୍‌‌ଥ ଓ କମ୍ ଲାଟେନ୍‌‌ସି। ମୋଟ ଉପରେ ଏହା ହେଉଛି ଏକ ଉତ୍ତମ ଇଣ୍ଟରନେଟ ଅନୁଭବ। ନୂତନ ପ୍ରଯୁକ୍ତି ଓ ଅତ୍ୟାଧୁନିକ ଆପ୍ ଉପରେ କାମ କରୁଥିବା ଉଦ୍ୟୋଗ ଏବେ ହୃଦୟଙ୍ଗମ କରିପାରିବେ ଯେ ଜିଓ ଏବେ ଯେଉଁ ଅନୁଭବ ପ୍ରଦାନ କରୁଛି ପୂର୍ବ ନେଟ୍‌‌ୱର୍କ ତାହା ସହ ତୁଳନୀୟ ନଥିଲା। ଏମ୍‌‌ଏମ୍ ୱେଭ ସମାଧାନରେ ଲିଜ୍ ଲାଇନ୍ ସେବା ବ୍ୟବସାୟରେ ବୃଦ୍ଧି ଘଟିବ, କାରଣ ଜିଓ ଉନ୍ନତ ଫିକ୍ସଡ୍ ଲାଇନ୍ ସେବା ପ୍ରଦାନ କରି ଲକ୍ଷ ଲକ୍ଷ ଛୋଟ ଓ ମଧ୍ୟମ ଉଦ୍ୟୋଗକୁ ଦୃଢ଼ ସଂଯୋଗ ଓ ଦମଦାର ପ୍ରଦର୍ଶନର ଶୁଭାରମ୍ଭ କରିବ।

Comments are closed.