ମୁମ୍ବାଇ: ବହୁ ଚର୍ଚ୍ଚିତ ସୋ ‘ବିଗ୍ ବସ୍ ଓଟିଟି-୨’ଏହାର ବିଜେତା ଘୋଷଣା କରିଛି। ପ୍ରଥମ ଥର ପାଇଁ ‘ବିଗ୍ ବସ୍’ ରେକର୍ଡ ଭାଙ୍ଗିଛି ୱାଇଲ୍ଡ କାର୍ଡ ଏଣ୍ଟ୍ରି। ସୋ’ର ବିଜେତା ହୋଇଛନ୍ତି ୱାଇଲ୍ଡ କାର୍ଡରେ ଏଣ୍ଟ୍ରି କରିଥିବା ଏଲଭିଶ ଯାଦବ। ଏଲଭିଶ ଯାଦବ ବିଗ୍ ବସ୍ ଟ୍ରଫି ସହିତ ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି ପାଇଛନ୍ତି।
ସୋମବାର ଅନୁଷ୍ଠିତ ଗ୍ରାଣ୍ଡ ଫାଇନାଲରେ ଅଭିଷେକ ମାଲହାନ ପ୍ରଥମ ରନର୍ ଅପ୍ ଏବଂ ମନୀଷା ରାନୀ ଦ୍ୱିତୀୟ ରନର୍ ଅପ୍ ହୋଇଛନ୍ତି। ସୋ’ର ଗ୍ରାଣ୍ଡ୍ ଫାଇନାଲ୍ ବହୁତ ଚିତ୍ତାକର୍ଷକ ଥିଲା। ପୁରା ସିଜିନ୍ ବହୁତ ମଜାଦାର ରହିଥିଲା। ତେବେ ଏହି ସୋ’ରେ ବାଦଶାହା ଓ କୃଷ୍ଣା ଅମିଶେକ ମଧ୍ୟ ନଜର ଅସିଥିଲେ। ଏହା ସହିତ ମହେଶ ଭଟ୍ଟ ମଧ୍ୟ ପୂଜା ଭଟ୍ଟଙ୍କୁ ସମର୍ଥନ କରିବାକୁ ସୋ’ରେ ପହଞ୍ଚିଥିଲେ। ଆୟୁଷ୍ମାନ ଖୁରାନା ଓ ଅନନ୍ୟା ପାଣ୍ଡେ ତାଙ୍କ ଫିଲ୍ମ ‘ଡ୍ରିମ୍ ଗାର୍ଲ ୨’ କୁ ପ୍ରମୋସନ କରିବା ପାଇଁ ମଧ୍ୟ ଏଠାକୁ ପହଞ୍ଚିଥିଲେ।

ଏହି ସୋ’ରେ ଟିଭି ଦୁନିଆର ଅନେକ କଳାକାର ନଜର ଆସିଥିଲେ। ଅଭିନେତ୍ରୀ ବାବିକା ଧ୍ରୁବେ ଓ ପୂଜା ଭଟ୍ଟ ଟପ ୫ରେ ସାମିଲ ଥିଲେ। ଏହି ସୋ’କୁ ଫ୍ୟାନ୍ସ ବହୁତ ପସନ୍ଦ କରିଥିଲେ। ‘ବିଗ୍ ବସ୍ ଓଟିଟି ୨’ରେ ଫଲକ ନାଜ୍, ଅଭିନାଶ ସଚ୍ଚଦେବ, ଆଲିଆ ସିଦ୍ଦିକି, ଜିଆ ଶଙ୍କର, ପୁଣେ କୁମାର, ପଲକ ପୁରସୱାନୀ, ଆକାଂକ୍ଷା ପୁରି, ଜେଡି ହାଦିଦ୍ ଭଳି ଷ୍ଟାର ନଜର ଆସିଥିଲେ।
Comments are closed.