ଭଦ୍ରକ: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଭଦ୍ରକ ସିଜିପିଓ ଓ ସୁପରଭାଇଜର। ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲେ ଭିଜିଲାନ୍ସ ଅଧିକାରୀ। ଅଙ୍ଗନୱାଡି କର୍ମୀ ନିଯୁକ୍ତି ପାଇଁ ନେଉଥିଲେ ଲାଞ୍ଚ। ଏହି ସମୟରେ ସିଡିପିଓ ସୁନନ୍ଦା ଦାସ ଏବଂ ସୁପରଭାଇଜର ସୁଲୋଚନା ବେହେରାଙ୍କୁ ଧରିଲା ଭିଜିଲାନ୍ସ।
ସୂଚନା ଅନୁଯାୟୀ ଭଦ୍ରକ ବ୍ଲକ ଅଧିନସ୍ତ ବଣିଆ ପଞ୍ଚାୟତ ଅଙ୍ଗନୱାଡି କର୍ମୀ ଇତିଶ୍ରୀ ସେଠୀ ଚାକିରି ପାଇବା ପରେ କାର୍ଯ୍ୟରେ ଯୋଗ ଦେଇ ସାରିଥିବା ବେଳେ ସିଡିପିଓ ସୁନନ୍ଦା ଦାସ ଇତିଶ୍ରୀଙ୍କୁ ୫୦ ହଜାର ଟଙ୍କା ବାରମ୍ବାର ମାଗୁଥିଲେ। ଏନେଇ ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କୁ ଇତିଶ୍ରୀଙ୍କ ଦାଦା ପ୍ରଶାନ୍ତ ସେଠୀ ଅଭିଯୋଗ କରିଥିଲେ।
ଶେଷରେ ଆଜି ଏସଡିପିଓ ସୁନନ୍ଦା ଦାସ ଇତିଶ୍ରୀଙ୍କୁ ୧୦ ହଜାର ଟଙ୍କା ଦେବା ପାଇଁ କହିଥିଲେ। ଭଦ୍ରକ ସମାଜ ମଙ୍ଗଳ କାର୍ଯ୍ୟାଳୟରେ ସୁପରଭାଇଜର ସୁଲଚନା ବେହେରାଙ୍କୁ ଏହି ଟଙ୍କା ଦେବାକୁ କହିଥିଲେ ସିଡିପିଓ। ଇତିଶ୍ରୀ ଟଙ୍କା ଦେବା ପରେ ପୂର୍ବରୁ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ଏହି ଦୁଇ ଅଧିକାରୀଙ୍କୁ ମାଡିବସିଥିଲେ। ଦୁଇ ଅଧିକାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଟଙ୍କା ଜବତ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ।
Comments are closed.