କଟକ: ମାହାଙ୍ଗା ନାବାଳିକାର ସନ୍ଦେହଜନକ ମୃତ୍ୟୁ ଘଟଣା । ଗୋକନ ସ୍କୁଲ କ୍ରୀଡା ଶିକ୍ଷକଙ୍କୁ ଅଧିକ ପଚରାଉଚରା କରିଛନ୍ତି ତଦନ୍ତ ଅଧିକାରୀ । ଜଗସିଂହପୁର ଥାନା ଛେଳିଆଗଡ ଘରେ ଶିକ୍ଷକଙ୍କୁ ପଚରାଉଚରା କରାଯାଇଛି । କେବଳ ଖେଳ ଶିକ୍ଷକ ନୁହଁନ୍ତି , ତାଙ୍କ ମାଆଙ୍କୁ ବି ପୋଲିସ ପଚରାଉଚରା ଜାରି ରଖିଥିବା ସୂଚନା ମିଳିଛି । ପଚରାଉଚରା କରିବା ସହ ଉଭୟ ମାଆ, ପୁଅଙ୍କ ବୟାନ ରେକର୍ଡ କରାଯାଇଛି ।
ସନ୍ଦେହଜନକ ଭାବେ ଦଶମ ଶ୍ରେଣୀ ଛାତ୍ରୀର ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ଏକ ଚିଠି ଓ ଅଡିଓ ମଧ୍ୟ ଭାଇରାଲ ହୋଇଥିଲା । ମାହାଙ୍ଗାର ଜଣେ ବିଜେଡି ନେତାଙ୍କ ଅଡିଓ ଭାଇରାଲ ହୋଇଥିଲା । ଏବଂ ଭାଇରାଲ ଅଡିଓ ନେଇ କଟକ ଏସପି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣାରେ ଜଣେ ଅତିରିକ୍ତ ଏସପିଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଥିଲା ।
ସେପଟେ ଏହି ଘଟଣାରେ ନିଜ ଆଡୁ ମାମଲା ରୁଜ୍ଜୁ କରିଛନ୍ତି ରାଜ୍ୟ ମହିଳା କମିଶନ । ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ପୃକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଅଧ୍ୟକ୍ଷା ।
Comments are closed.