Latest Odisha News

ମାହାଙ୍ଗା ନାବାଳିକା ମୃତ୍ୟୁ, ବିଜେଡିରୁ ନିଲମ୍ବିତ ହେଲେ ଶରତ ନାୟକ

କଟକ: ମାହାଙ୍ଗା ନାବାଳିକା ଛାତ୍ରୀ ମୃତ୍ୟୁ ମାମଲାରେ ବିବାଦ ଘେରକୁ ଆସିଥିବା ବିଜେଡି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶରତ ନାୟକ ଦଳରୁ ନିଲମ୍ବିତ ହୋଇଛନ୍ତି। କଟକ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ ତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରିଛନ୍ତି।

ପୋଲିସ ଉପରେ ଚାପ ପକାଇ ନାବାଳିକା ମୃତ୍ୟୁ ମାମଲାକୁ ରଫାଦଫା କରିବାକୁ ଉଦ୍ୟମ କରିବା ସହିତ ଝିଅର ପ୍ରେମିକ ତଥା ସେ ଥିବା ସ୍କୁଲର ସାରଙ୍କ ମାଙ୍କୁ ଫୋନ୍ କରି 70 ହଜାର ଟଙ୍କା ଲାଞ୍ଚ ମାଗୁଥିବାର ମଧ୍ୟ ଅଭିଯୋଗ ରହିଛି।

ଏହି ନାବାଳିକା ମୃତ୍ୟୁ ମାମଲାରେ ଆଜି ଝିଅର ପ୍ରେମିକ ତଥା ଖେଳ ଶିକ୍ଷକ ନିଜ ପ୍ରତିକ୍ରିୟାରେ କହିଛନ୍ତି, ସେ ଛାତ୍ରୀ ଜଣଙ୍କୁ ପ୍ରେମ କରୁଥିବା କଥା ସତ। କିନ୍ତୁ ଝିଅର ବାପା ଅନେକ ସମୟରେ ମାଡ ମାରୁଥିଲେ। ଆଉ ଛାତ୍ରୀ ଜଣଙ୍କ ଆସି ବିଭିନ୍ନ ସମୟରେ ଦୁଃଖ କଥା କହିବା ପରେ ସମବେଦନା ଆସିଥିଲା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ବୋଲି ଶିକ୍ଷକ ଜଣଙ୍କ କହିଛନ୍ତି।

ହେଲେ ଝିଅଟି ଆତ୍ମହତ୍ୟା କରିବା ପରେ ବିଜେଡି ନେତା ଶରତ ନାୟକ ଫୋନ କରି ଧମକ ଦେବା ସହିତ ମାମଲା ରଫାଦଫା କରିବାକୁ ହେଲେ ଟଙ୍କା ଦେବାକୁ ହେବ ବୋଲି ଦାବି କରୁଥିବା ଶିକ୍ଷକ ଜଣଙ୍କ କହିଛନ୍ତି।

ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତର ହତ୍ୟା ପୂର୍ବରୁ ତାଙ୍କୁ ବାରମ୍ବାର ଫୋନ୍ କଲ କରିଥିବାରୁ ସନ୍ଦେହ ଘେରରେ ରହିଛନ୍ତି ଶରତ। ଏବଂ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଏବେର ବିଧାୟକଙ୍କ ଖାସ୍ ବୋଲି କୁହାଯାଉଛି। ଭାଇରାଲ କଲଟି ଝିଅର ପ୍ରେମିକଙ୍କ ମା ଓ ସେ ପାଠ ପଢୁଥିବା ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କ ସ୍ବାମୀ ତଥା ପୂର୍ବତନ ବ୍ଲକ ଚେୟାରମ୍ୟାନ ଶରତ ନାୟକଙ୍କ ମଧ୍ୟରେ ରହିଛି।

ଭାଇରାଲ୍ ଅଡିଓରେ ଶରତ ନାୟକ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ମା’ଙ୍କୁ କହୁଥିବା ଶୁଣିବାକୁ ମିଳୁଛି ଯେ, ଛାତ୍ରୀଙ୍କ ମୃତଦେହକୁ ପୁଲିସର ପରାମର୍ଶକ୍ରମେ ବ୍ୟବଚ୍ଛେଦ ନକରି ପ୍ରମାଣ ନଷ୍ଟ କରିଦିଆଯାଇଛି।

Comments are closed.