Latest Odisha News

BREAKING NEWS

ଗଦର ୨ ସଫଳତା ପରେ ସନୀଙ୍କ ମନ ବଦଳିଲା, ଆଉ ଲଢ଼ିବେନି ନିର୍ବାଚନ

ମୁମ୍ବାଇ: ଗଦର ୨ର ସଫଳତା ଅଭିନେତା ସନୀ ଦେଓଲଙ୍କ ମନ ବଦଳାଇ ଦେଇଛି । ଏପରିକି ସେ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଅଭିନେତା ଓ ରାଜନେତା ୨ଟି ଯାକ କାର୍ଯ୍ୟ ଏକକାଳୀନ କରିବା ସମ୍ଭବପର ନୁହେଁ ବୋଲି ସେ କହିଛନ୍ତି । ଜଣେ ଅଭିନେତା ଭାବେ ମୁଁ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଚାହୁଁଛି । ଏହା ମୋତେ ମାନସିକ ଶାନ୍ତି ପ୍ରଦାନ କରିଥାଏ । ରାଜନୀତିରେ ପ୍ରବେଶ କରିବା ପରେ ମନରେ ଅନେକ ଆଶା ସଂଚାର ହୋଇଥିଲା । ଏବେ କିନ୍ତୁ ଭାବୁଛି ମନୋରଞ୍ଜନ ମାଧ୍ୟମରେ ମଧ୍ୟ ମୁଁ ଲୋକଙ୍କ ସେବା କରିପାରିବି । ସନୀ ପଞ୍ଜାବର ଗୁରୁଦାସପୁର ଜିଲ୍ଲାର ସାଂସଦ ଅଛନ୍ତି ।

ଅବଶ୍ୟ ସେ ତାଙ୍କ ଅଂଚଳକୁ ସମୟ ଦେଇ ପାରୁ ନ ଥିବାରୁ ଅନେକଥର ସନୀ ନିଖୋଜ ପୋଷ୍ଟର ଏହି ଅଂଚଳରେ ଦେଖିବାକୁ ମିଳିଛି । ଗଦର ୨ ମାଧ୍ୟମରେ ମୁଁ ପ୍ରଶଂସକଙ୍କ ନିକଟରୁ ଯେଉଁ ସ୍ନେହ ପାଇଛି ତାହା ଭୁଲିପାରିବି ନାହିଁ । ଆଗକୁୂ କେବଳ ତାଙ୍କ ପାଇଁ ଅଭିନୟ କରିବି । ସୂଚନାଯୋଗ୍ୟ, ଗଦର ୨ ଫିଲ୍ମ ବକ୍ସ ଅଫିସରେ କମାଲ ବ୍ୟବସାୟ ଜାରୀ ରଖିଛି । ଫିଲ୍ମର ଡୋମେଷ୍ଟିକ ଆୟ ୪୦୦ କୋଟିରେ ପଂହଚିଛି ।

Comments are closed.