Latest Odisha News

BREAKING NEWS

ଅଜବ ରେଷ୍ଟୁରାଣ୍ଟ: ବାରମ୍ବାର ୱେଟରଙ୍କୁ ଡ଼ାକିଲେ ଅଧିକ ବିଲ୍ ଦେବାକୁ ପଡ଼େ

ସ୍ପେନ୍‌: ପରିବାର ସଦସ୍ୟଙ୍କ ସହ ହେଉ ବା ସାଙ୍ଗମାନଙ୍କ ସହ ରେଷ୍ଟୁରାଣ୍ଟ ଯିବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି । ସେଥିଲାଗି ବ୍ୟସ୍ତବହୁଳ ଜୀବନ ଭିତରୁ ସମୟ ବାହାର କରି ଟିକେ ଖୁସି ପାଇଁ ଲୋକେ ଖାଇବାକୁ ରେଷ୍ଟୁରାଣ୍ଟ ଯାଇଥାନ୍ତି । କିନ୍ତୁ ଏମିତି ଏକ ରେଷ୍ଟୁରାଣ୍ଟ ଅଛି,ଯାହାର ନିୟମ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ତ ନିଶ୍ଚିତ ଏଠାକୁ ଦ୍ୱିତୀୟ ଥର ଆସିବାକୁ ଇଛା କରିବେ ନାହିଁ । ତଥାପି ଏହି ନିୟମକୁ ମାନି ଲୋକେ ଏଠାରେ ଭିଡ଼ ଜମାଇଥାନ୍ତି ।

ସ୍ପେନ୍‌ରେ ରହିଛି ଦି ଇମ୍ପେରିଆଲ୍ ବାର୍ ନାମକ ଏହି ରେଷ୍ଟୁରାଣ୍ଟ । ଏହି ରେଷ୍ଟୁରାଣ୍ଟର ସ୍ୱତନ୍ତ୍ର ପରିଚୟ ରହିଛି । ଏଠାକୁ ଖାଦ୍ୟ ଖାଇବାକୁ ପ୍ରତ୍ୟେକ ଦିନ ଲୋକଙ୍କ ଭିଡ଼ ଜମେ । ହେଲେ ଏହି ରେଷ୍ଟୁରାଣ୍ଟର ଅଜବ ନିୟମ ରହିଛି ଯାହାକୁ ଲୋକେ ମାନିବାକୁ ବାଧ୍ୟ ହୋଇଥାନ୍ତି । ଏଠାରେ ଆପଣ ଯେତେଥର ୱେଟରଙ୍କୁ ଡାକିବେ ଏବଂ ଅର୍ଡର ନେବେ, ତାହାହେଲେ ଆପଣଙ୍କ ୁ ସେଥିଲାଗି ଅଧିକ ବିଲ୍ ଦେବାକୁ ପଡ଼ିବ । ସେହିପରି ଆପଣ ରେଷ୍ଟୁରାଣ୍ଟରେ ଯେତେଥର କଲ କରିବେ, ସେଥିଲାଗି ମଧ୍ୟ ଆପଣଙ୍କୁ ଅଧିକ ଚାର୍ଜ ଦେବାକୁ ପଡିବ । କେବଳ ଏତିକି ନୁହେଁ, ଯଦି ଆପଣ ଟୋଷ୍ଟ କାଟିବା ପାଇଁ ଛୁରୀ ମାଗନ୍ତି, ତେବେ ଆପଣଙ୍କୁ ମଧ୍ୟ ଏଥିପାଇଁ ଅଲଗା ଚାର୍ଜ ଦେବାକୁ ପଡିବ । ଏହି ନିୟମ ଏଠାରେ ଦୀର୍ଘ ବର୍ଷ ହେଲା ଲାଗୁ ହୋଇ ଆସୁଛି । ଏହାର ମୁଖ୍ୟ କାରଣ ହେଉଛି ସ୍ୱଚ୍ଛତା ।

 

Comments are closed.