Latest Odisha News

ଏବେ ମନୋରଞ୍ଜନ ଦୁନିଆରେ ଏଆଇ : ଶିବ ତାଣ୍ଡବ କରୁଛି ଆଚମ୍ବିତ

ନୂଆଦିଲ୍ଲୀ: ଦିନ ଥିଲା ଯେତେବେଳେ ଇଣ୍ଟରନେଟ୍‌କୁ ମଣିଷ ଶ୍ରେଷ୍ଠ ଉଦ୍ଭାବନ ବୋଲି କୁହାଯାଉଥିଲା । ସମୟ ବଦଳିବା ଅନୁସାରେ ଇଣ୍ଟରନେଟ୍ ବ୍ୟବହାରରେ ଯୋଡ଼ି ହୋଇଛି ଅନେକ ନୂଆ ନୂଆ ଫର୍ଦ୍ଦ । ଏଥିରେ ଏବେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ , ଯାହାକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ବୋଲି କୁହାଯାଉଛି । ମୋଟ ଉପରେ ଏକାଧିକ କ୍ଷେତ୍ରରେ ମଣିଷର ବିକଳ୍ପ ପାଲଟିଯାଇଛି ଏଆଇ । ଯାହାକୁ ବ୍ୟବହାର କରି ମଣିଷ ଅଦ୍ଭୁତ କିନ୍ତୁ ତ୍ରୁଟିଶୂନ୍ୟ କାମ କରିବାରେ ସକ୍ଷମ ହୋଇପାରୁଛି ।

ଅନେକ ଅଫିସିଆଲ କାର୍ଯ୍ୟରେ ମଧ୍ୟ ଏଆଇ ନିଜର ସ୍ଥାନ ସୃଷ୍ଟି କରିଛି । ଏବେ ଏଆଇ ମନୋରଞ୍ଜନ ଦୁନିଆରେ ଦେଖିବାକୁ ମିଳିଛି । ନିୟମିତ ଜୀବନରେ ଲୋକଙ୍କୁ ସାହାଯ୍ୟ କରିବାଠାରୁ ଆରମ୍ଭ କରି ପିଲାଙ୍କ ପାଠପଢ଼ା ଏହା ସରଳ କରୁଛି । ଏହା ମଧ୍ୟରେ ଜଣେ କଳାକାର ଏକ ଭିଡିଓ କରିବାକୁ ଏଆଇ ଉପକରଣକୁ ବ୍ୟବହାର କରିଛନ୍ତି, ଯେଉଁଥିରେ ଭଗବାନ ଶିବଙ୍କୁ ତାଣ୍ଡବ କରୁଥିବା ଦେଖାଯାଇଛି ।

ଏହି ଅଦ୍ଭୁତ ଭିଡିଓକୁ ଦେଖିବା ପରେ ଲୋକେ ଏହାକୁ ବିଶ୍ୱାସ କରିପାରୁ ନାହାନ୍ତି । ଭିଡିଓଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏଆଇକୁ ବ୍ୟବହାର କରି ପ୍ରସିଦ୍ଧ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଡ୍ରୁବୋ ସରକାରଙ୍କ ଉପରେ ଭଗବାନ ଶିବଙ୍କ ପ୍ରତିମୂର୍ତ୍ତି ସୃଷ୍ଟି କରିଥିଲେ, ଯେଉଁଥିରେ ଶିବଙ୍କ ଅତି ସୁନ୍ଦର ତାଣ୍ଡବ ଦେଖିବାକୁ ମିଳିଛି ।

Comments are closed.