Latest Odisha News

BREAKING NEWS

କେନ୍ଦ୍ରମନ୍ତ୍ରୀଙ୍କ ବାସଭବନରେ ପିଟି ହେଲା ଦ୍ରୁତ ଗତିରେ ଆସୁଥିବା କ୍ୟାବ; ଡ୍ରାଇଭର ନୁହ ଅଞ୍ଚଳର

ନୂଆଦିଲ୍ଲୀ:  କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁଙ୍କ ନୂଆଦିଲ୍ଲୀ ସ୍ଥିତ ସରକାରୀ ବାସଭବନର ପାଚେରୀକୁ ଧକ୍କା ଦେଲା କ୍ୟାବ । ଫଳରେ ମନ୍ତ୍ରୀଙ୍କ ବାଉଣ୍ଡରୀ ୱାଲର କିଛି ଅଂଶ ଭାଙ୍ଗି ଯାଇଛି । ଏହି ଘଟଣାରେ ପୋଲିସ କ୍ୟାବ ଡ୍ରାଇଭରକୁ ଧରି ଜେରା କରୁଛି । ତେବେ ଦୀର୍ଘ ସମୟ ଜେରା ପରେ ତାଙ୍କୁ ଛାଡି ଦିଆଯାଇଥିବା ଜଣାଯାଇଛି ।

କିରେନ ରିଜିଜୁ   ୯ କ୍ରିଷ୍ଣା ମେମନସ୍ଥିତ ସରକାରୀ ବାସଭବନରେ ରୁହନ୍ତି । ୨୩ ଅକ୍ଟୋବର ବୁଧବାର ଦିନ ଦ୍ରୁତଗତିରେ ଆସୁଥିବା ଏକ କ୍ୟାବ ତାଙ୍କ ବଙ୍ଗଳା ପାଚେରୀକୁ ଧକ୍କା ଦେଇଥିଲା । ଏଥିରେ ମନ୍ତ୍ରୀଙ୍କ ବାସଭବନ ପ୍ରାଚୀରର କିଛି ଅଂଶ ଭାଙ୍ଗି ଯାଇଥିଲା । ପୋଲିସ ଉକ୍ତ କ୍ୟାବ ଡ୍ରାଇଭରକୁ ଧରି ଜେରା ପରେ ଜଣାପଡିଥିଲା ଉକ୍ତ ବ୍ୟକ୍ତିଙ୍କ ନାମ ରହିମ ଖାନ । ତାଙ୍କର ଘର ହରିଆଣାର ନୁହ ଅଞ୍ଚଳରେ ।

ଜେରା ପରେ ଜଣା ପଡିଥିଲା ରହିମ ଖାନା ନିଜ ପରିବାର ସହ ଏହି ସୁଇପ୍ଟ ଡିଜାୟାର ଗାଡିରେ ନୁହ ଯାଉଥିଲା । ଡ୍ରାଇଭରର କହିବା ଅନୁଯାୟୀ, ଏକ ବସ ତାଙ୍କ ଗାଡିକୁ ଧକ୍କା ଦେଇଥିଲା ଯାହା ଫଳରେ ତାଙ୍କର କ୍ୟାବ ପାଚେରୀକୁ ଧକ୍କା ଦେଇଥିଲା । ଡ୍ରାଇଭର ନୁହ ଇଲାକାର ବୋଲି ଜଣାପଡିବା ପରେ ହଇଚଇ ଖେଳି ଯାଇଥିଲା ।  ତେବେ ଏହି ଘଟଣାରେ କେହି ମୃତାହତ ହୋଇ ନାହାନ୍ତି ।

ଏଠି କହିରଖିବୁ, ଏହାର ପୂର୍ବରୁ କିରେନ ରିଜୁଜୁଙକ୍ ଗାଡି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏପ୍ରିଲ ୮ ତାରିଖରେ ଜମ୍ମୁ କଶ୍ମୀରରେ କିରେନ ରିଜିଜୁଙ୍କ ଗାଡିକୁ ଏକ ଟ୍ରକ ଧକ୍କା ଦେଇଥିଲା । ତେବେ ସୁରକ୍ଷାକର୍ମୀମାନେ ତୁରନ୍ତ କରିନେ ରିଜୁଜୁଙ୍କୁ ଗାଡିରୁ ବାହାର କରି ଅନ୍ୟ ଗାଡିରେ ବସାଇ ଦେଇଥିଲେ ।

Comments are closed.