Latest Odisha News

BREAKING NEWS

ବ୍ରିକ୍ସରେ ସାମିଲ ହେଲା ଆଉ ୬ଟି ଦେଶ, ନିଷ୍ପତ୍ତିକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଜୋହାନ୍ସବର୍ଗ: ୧୫ ତମ ବ୍ରିକ୍ସ ସମ୍ମିଳନୀରେ ବଡ଼ ଘୋଷଣା। ବ୍ରିକ୍ସ ଦେଶ ସମୂହ ଆହୁରୀ ୬ଟି ଦେଶକୁ ଏଥିରେ ସାମିଲ ହେବାକୁ ଆମନ୍ତ୍ରିତ କରିଛି। ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ବ୍ରିକ୍ସ ଦେଶ ସମୂହର ତିନି ଦିବସୀୟ ସମ୍ମିଳନୀ ଆୟୋଜିତ ହୋଇଛି। ଏହି ସମ୍ମିଳନୀରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା କହିଛନ୍ତି ବ୍ରିକ୍ସର ବିସ୍ତାରର ପ୍ରଥମ ପର୍ଯ୍ୟାୟରେ ଆର୍ଜେଣ୍ଟିନା, ଇଜିପ୍ଟ, ଇଥିଓପିଆ, ଇରାନ, ସାଉଦୀ ଆରବ, ୟୁଏଇକୁ ସାମିଲ ହେବା ଲାଗି ଆମନ୍ତ୍ରିତ କରାଯାଇଛି।

ଏହି ନୂଆ ସଦସ୍ୟତା ୧ ଜାନୁୟାରୀ ୨୦୨୪ରୁ କାର୍ଯ୍ୟକାରୀ ହେବ। ଏହି ୬ ଗୋଟି ଦେଶକୁ ସାଦର ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ସମ୍ମିଳନୀରେ ବ୍ରାଜିଲ, ଋଷ, ଭାରତ, ଚୀନ ଏବଂ ଦକ୍ଷିଣ ଆଫ୍ରିକା ମିଳିତ ଭାବରେ ଉକ୍ତ ବିଷୟକୁ ନେଇ ବିସ୍ତୃତ ଭାବରେ ଚର୍ଚ୍ଚା କରିବା ପରେ ଏହାକୁ ନେଇ ଘୋଷଣା କରାଯାଇଛି। ଏହି କ୍ରମରେ ମୋଦୀ ୬ଟି ଦେଶକୁ ଶୁଭେଚ୍ଛା ଜଣାଇଛନ୍ତି। ବ୍ରିକ୍ସ ଜରିଆରେ ଭାରତର ସମ୍ବନ୍ଧ ଏହି ଦେଶଗୁଡିକ ସହ ଆହୁରୀ ଗଭୀର ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

Comments are closed.