ଭୁବନେଶ୍ୱର:ଟୁଇଟରେ ଟାର୍ଗେଟ । ବିଜେଡିକୁ ଜବାବ ମାଗିଲା ବିଜେପି । ବିଜେପି ଓଡ଼ିଶା ମୁଖପାତ୍ର ତେଜେଶ୍ୱର ପରିଡା ବିଜେଡି ସାଂସଦଙ୍କୁ କରିଛନ୍ତି ଟାର୍ଗେଟ । ସାଂସଦ ସସ୍ମିତ ପାତ୍ର ଗତକାଲି ବିଜେପି ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟୁଇଟ କରି ଆକ୍ଷେପ କରିଥିଲେ । ଏହାକୁ ଟାଗ କରି ବିଜେପି ମୁଖପାତ୍ର ଟୁଇଟ ମାଧ୍ୟମରେ ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ ପ୍ରଶ୍ନ କରିଛନ୍ତି, ନିଜ ଦଳର, ସରକାର ଓ ନେତାଙ୍କ ଅପାରଗତାକୁ କାହିଁକି ପ୍ରଚାର କରୁଛନ୍ତି ? ଓଡ଼ିଶାରେ ବିନା ଲାଞ୍ଚଳରେ ଗରିବଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଆବାସ ଘର । ମିଳୁନି ବାର୍ଦ୍ଧକ୍ୟ ଭତ୍ତା ।
ଶ୍ରୀ ପରିଡା ସିରିଜ ଟୁଇଟ କରି ଏକାଧିକ ପ୍ରଶ୍ନ କରିଛନ୍ତି ଶାସକ ଦଳ ସାଂସଦଙ୍କୁ । ରାଜ୍ୟ ଦେଉଥିବା ସହାୟତାରେ କାହାର ସହଯୋଗ ଅଧିକ ରହିଛି ? ରାଜ୍ୟ ସରକାରଙ୍କର ନା ରାଜ୍ୟ ସରକାରଙ୍କର ? ଲୋକଙ୍କୁ ମାଗଣା ଚାଉଳ ପଠାଉଛନ୍ତି ମୋଦି । ରାଜ୍ୟରେ ପ୍ରତି ଗାଁ ଗାଁରେ ରାସ୍ତା ଅବସ୍ଥା ଯାହା ହେଲାଣି, ପାଦରେ ଚାଲି ଚାଲି ଯାଇ ଦେଖନ୍ତୁ ବୋଲି ସେ କହିଛନ୍ତି ।
ଟୁଇଟ ମାଧ୍ୟମରେ ଅନେକ ସମସ୍ୟାକୁ ସାମ୍ନାକୁ ଆଣି ଶ୍ରୀ ପରିଡା ଲେଖିଛନ୍ତି, ଧାନ ଜମିରେ ପାଣି ନାହି, କେନାଲରେ ବି ପାଣି ନାହିଁ । ଏଠି ସରକାର ବିଭିନ୍ନ ଆଳ ଦେଖାଇ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରି ଦେଉଛନ୍ତି ।ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ରହିଛି । ଆଇଟିଆଇରେ ୪୦ ପ୍ରତିଶତ ଆସନ ଖାଲି ରହୁଛି । ସେହିପରି ମନରେଗା ଯୋଜନାରେ ଠିକାଦାର ମେସିନ ଲଗାଇ କାମ କରୁଛନ୍ତି । ଏପଟେ ପ୍ରତି ଗାଁରୁ ଦାଦନ ଖଟିବାକୁ ଲୋକେ ଯାଉଛନ୍ତି । ଏଠି ବିନା ପିସିରେ କାମ ହେଉଛି କି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ମୁଖପାତ୍ର ।
ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ କରି ପ୍ରଶ୍ନ କରିଛନ୍ତି, ନବୀନ ପଟ୍ଟନାୟକ କେବେ ଯିବେ କୋଟିଆ ଓ ସେଠାରେ କହିବେ ” No Andhra, Only Odisha..Andhra go back…ବନ୍ଦେ ଉତ୍କଳ ଜନନୀ ”
ପ୍ରିୟ @sasmitpatra ବାବୁ ନିଜ ଦଳର ସରକାର ଓ ନେତାଙ୍କ ଅପାରଗତାକୁ କାହିଁକି ଆପଣ ଅଧିକ ପ୍ରଚାର କରୁଛନ୍ତି? ଓଡ଼ିଶାରେ ଗରିବ ଲୋକଙ୍କୁ ବିନା ଲାଞ୍ଚରେ ପ୍ରଧାନମନ୍ତ୍ରୀ ଆବାସ ଘର କାହିଁକି ମିଳୁନି? ବାର୍ଦ୍ଧକ୍ୟ ଭତ୍ତା ସହାୟତା ପାଇବା ପାଇଁ କାହିଁକି ଅନେକ ବର୍ଷ ଅପେକ୍ଷା କରିବାକୁ ପଡୁଛି? ମହିଳା ସ୍ୱୟଂ ସାହାୟିକା ଗୋଷ୍ଠୀ ଙ୍କୁ 1/6 https://t.co/CLJJiwQ8XH
— Tejeswar Parida ତେଜେଶ୍ୱର ପରିଡ଼ା 🇮🇳 (@TejeswarParida) August 25, 2023
Comments are closed.