Latest Odisha News

ମଦ ନଷ୍ଟ କରିବା ପାଇଁ ଫ୍ରାନ୍ସ ଖର୍ଚ୍ଚ କରିବ ୧୭୮୦ କୋଟି

ନୂଆଦିଲ୍ଲୀ: ଫ୍ରାନ୍ସ ସରକାର ଦେଶରେ ଅତିରିକ୍ତ ମଦ ଉତ୍ପାଦନକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ଏ ବାବଦକୁ ସରକାର ୧୭୮୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ମଦ ନଷ୍ଟ କରି ସରକାର ଦାମକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି । ଏହା ମାଧ୍ୟମରେ ଦେଶରେ ସଂଘର୍ଷ କରୁଥିବା ମଦ ଉତ୍ପାଦନକାରୀଙ୍କୁ ସହାୟତା କରାଯାଇ ପାରିବ । ପୂର୍ବରୁ ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ ଆଗୁଆ ଘୋଷଣା କରାଯାଇଥିଲା । ଏବେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । କରୋନା ମହାମାରୀ ପରେ ଏହି ବ୍ୟବସାୟୀମାନେ ସଙ୍କଟରେ ପଡିଛନ୍ତି ।

ସ୍ଥାନୀୟ ବାସିନ୍ଦା ବିୟର ପ୍ରତି ଆଗ୍ରହ ପ୍ରକାଶ କରିବା ଏହାର ଅନ୍ୟ ଏକ କାରଣ ବୋଲି ବିବେଚନା କରାଯାଉଛି । ମଦଗୁଡିକ ନଷ୍ଟ କରିବା ପରେ ଏଥିରୁ ସଂଗ୍ରହ କରାଯାଇଥିବା ଆଲକହଲକୁ କେତେକ କମ୍ପାନୀକୁ ବିକ୍ରି କରାଯିବ । ଏହା ମଧ୍ୟରେ ସ୍ୟାନିଟାଇଜର, ପରଫ୍ୟୁମ ଏବଂ ସଫା କାର୍ଯ୍ୟରେ ବ୍ୟବହୃତ କମ୍ପାନୀ ସାମିଲ । ମଦ ଉତ୍ପାଦନକାରୀଙ୍କୁ ଲୋକଙ୍କ ବଦଳିଥିବା ପସନ୍ଦ ମୁତାବକ ପାନୀୟ ପ୍ରସ୍ତୁତ କରିବା ପାଇଁ ସରକାରଙ୍କ ପକ୍ଷରୁ ପରାମର୍ଶ ନିଆଯାଇଛି ।

Comments are closed.