Latest Odisha News

ସପ୍ତାହକ ମଧ୍ୟରେ ଦ୍ବିତୀୟ ରେଡ୍, ୮୩୮୦ ବୋତଲ କୋରେକ୍ସ କଫ ସିରପ୍ ଜବତ ସହ ତିନି ଗିରଫ

ବରଗଡ଼: ତିନି ଜଣଙ୍କୁ ଗିରଫ କରିବା ସହ ଶନିବାର ଦିନ ପୋଲିସ ବରଗଡ଼ ଟାଉନ୍ ଥାନା ପୁଲିସ ଏକ ସ୍ୱତନ୍ତ୍ର ଅଭିଯାନରେ ୮୩୮୦ ବୋତଲ କୋରେକ୍ସ କଫ ସିରପ୍ ଜବତ କରିଛି।

ଏହି ରାକେଟର ପର୍ଦ୍ଦାଫାସ ସେତେବେଳେ ହୋଇଥିଲା, ଯେତେବେଳେ ପୁଲିସର ଏକ ଟିମ୍ ଅଭିଯୁକ୍ତଙ୍କ ଘରେ ଚଢ଼ଉ କରିଥିଲା। ବରଗଡ଼ ଏସପି ପ୍ରହ୍ଲାଦ ସହାୟ ମୀନାଙ୍କ ସୂଚନା ଅନୁଯାୟୀ, ପୁଲିସ ୭୦ କେସ୍ କୋରେକ୍ସ କଫ ସିରପ୍ ଜବତ କରିଛି, ଯେଉଁଥିରେ ୮୩୮୦ ବୋତଲ ରହିଛି।

ଏହି ବେଆଇନ କାରବାରରେ ତିନି ଜଣଙ୍କୁ ପୁଲିସ ଗିରଫ କରିଥିବା ବେଳେ ଏହି କାରବାରରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେ ନେଇ ଅଧିକ ତଦନ୍ତ ଜାରି ରହିଛି।

ଗିରଫ ଅଭିଯୁକ୍ତମାନେ ହେଲେ କଟକର ସିଦ୍ଧାର୍ଥ କୁମାର ନାୟକ ଓ ପୂର୍ଣ୍ଣଚନ୍ଦ୍ର ବେହେରା ଏବଂ ବରଗଡ଼ ଗଙ୍ଗାଧର ନଗରର ଲକ୍ଷ୍ମୀଧର ମେହେର। ଗିରଫ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଇ ସେମାନଙ୍କ ନେଟଓ୍ୱର୍କ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ  ବେଆଇନ କଫ ସିରପ୍ ଚୋରା ଚାଲାଣ କରୁଥିବା ୩୦ ଜଣ ଔଷଧ ବେପାରୀଙ୍କୁ ମଙ୍ଗଳବାର ବରଗଡ଼ ପୁଲିସ ଗତ ସପ୍ତାହରେ ଗିରଫ କରିଥିଲା। ପଶ୍ଚିମ ଓଡ଼ିଶାରେ ବେଆଇନ କଫ୍ ସିରଫ କାରବାର ସକ୍ରିୟ ରହିଥିବା ବେଳେ ଏହାକୁ ରୋକିବା ପାଇଁ ବରଗଡ଼ ଏସପିଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏକ ସ୍ୱତନ୍ତ୍ର ଅଭିଯାନରେ ଚଢାଉ କରାଯାଇ ଅଗଷ୍ଟ 22 ତାରିଖରେ ଏହି ବେପାରୀମାନଙ୍କୁ ଗିରଫ କରାଯାଇଥିଲା।

ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପଦ୍ମପୁର, ଜଗଦଲପୁର, ପାଇକମାଳ, ବିଡେନ, ଗାଇସିଲଟ, ମେଲଛାମୁଣ୍ଡା ସମେତ ବିଭିନ୍ନ ସ୍ଥାନରେ ଚଢାଉ କରି ଏହି ଅସାଧୁ ବେପାରୀଙ୍କୁ ଗିରଫ କରିଛି ପୋଲିସ।

ଏହା ପୂର୍ବରୁ ଫେବୃଆରୀ ଓ ମାର୍ଚ୍ଚ ମାସରେ ସମାନ ପରିମାଣରେ ଚଢାଉ କରାଯାଇ ବେଆଇନ କଫ୍ ସିରଫ କରିବାରର ପର୍ଦ୍ଧାଫାସ କରିଥିଲା ଜିଲ୍ଲା ପୋଲିସ।

Comments are closed.