ବାଙ୍ଗାଲୋର: ସୂର୍ଯ୍ୟ ମିଶନ ନେଇ ଇସ୍ରୋର ବଡ ଘୋଷଣା । ସୂର୍ଯ୍ୟ ମିଶନ ନେଇ ତାରିଖ ଘୋଷଣା କଲା ଇସ୍ରାେ । ଶନିବାର ସେପ୍ଟେମ୍ବର ୨ ତାରିଖ ଦିନ ଲଞ୍ଚ ହେବ ଆଦିତ୍ୟ ଏଲ- ୧ । ଆନ୍ଧ୍ରର ଶ୍ରୀହରି କୋଟାରୁ ଏହା ଲଞ୍ଚ କରାଯିବ । ଶନିବାର ସକାଳ ୧୧ଟା ୫୦ରେ ଲଞ୍ଚ ହେବ ଆଦିତ୍ୟ ଏଲ-୧ । ଏ ନେଇ ସୋମବାର ଇସ୍ରୋ ପକ୍ଷରୁ ଘୋଷଣା କରାଯାଇଛି ।
ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ସୂର୍ଯ୍ୟ ମିଶନ । ଚନ୍ଦ୍ରଯାନ-୩ର ସଫଳତା ପରେ ଏହି ଅଭିଯାନ ନେଇ ଇସ୍ରୋ ପକ୍ଷରୁ ଘୋଷଣା କରାଯାଇଛି । ସ୍ପେଶ ଏଜେନ୍ସି ପକ୍ଷରୁ ସୋସିଆଲ ମିଡଆରେ କହୁଯାଇଛି ଆଦିତ୍ୟ ଏଲ-୧ PSLV-C57 ରେ ଲଞ୍ଚ କରାଯିବ । ଏହି ମିଶନର ଲଞ୍ଚକୁ ଦେଖିବା ପାଇଁ ଲୋକଙ୍କୁ ଆମନ୍ତ୍ରଣ କରିଛି ଇସ୍ରୋ ।
ଶ୍ରୀହରିକୋଟା ସ୍ଥିତ ଲଞ୍ଚ ବ୍ୟୁ ଗ୍ୟାଲେରିର ଏହାର ପରୀକ୍ଷଣ କରାଯିବ । ଏଥିପାଇଁ ଲୋକଙ୍କୁ ୱେବସାଇଟ ଜରିଆରେ ରେଜିଷ୍ଟ୍ରେଶନ କରିବାକୁ ପଡିବ । ଇସ୍ରୋ ପକ୍ଷରୁ ସୋଶିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରରେ ଏହାର ଲିଙ୍କ ସେୟାର କରିଛି । ଏଥିସହିତ ରେଜିଷ୍ଟେଶନ ଆରମ୍ଭର ତାରିଖ ବି ଘୋଷଣା ବି କରିଛି ।
ଏହି ଅନ୍ତରୀକ୍ଷ ଯାନ ସୂର୍ଯ୍ୟର ବାହାର ଭାଗ (କୋରୋନା) ଉପରେ ଅନୁସନ୍ଧାନ କରିବ । ଏଥିସହିତ ସୂର୍ଯ୍ୟ-ପୃଥିବୀ ଲାଂଗ୍ରେଜ ବିନ୍ଦୁରେ ସୂର୍ଯ୍ୟ ବାୟୁର ସ୍ଥିତି ଉପରେ ଅନୁସନ୍ଧାନ କରିବ । ଆଦିତ୍ୟ ଏଲ୧ ମିଶନର ଲକ୍ଷ୍ୟ ରହିଛି, ଲାଂଗ୍ରେଜ ପଏଣ୍ଟ ଚାରିପଟ କକ୍ଷରେ ସୂର୍ଯ୍ୟର ଅଧ୍ୟୟନ କରିବା ।
ଆଦିତ୍ୟ ଏଲ-୧ ୭ଟି ପେ ଲୋଡ ନେଇ ଯିବ । ଏହା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି ହୋଇଛି ଯେଉଁଥିରେ ଜାତୀୟ ସଂସ୍ଥାର ଅବଦାନ ରହିଛି ।
🚀PSLV-C57/🛰️Aditya-L1 Mission:
The launch of Aditya-L1,
the first space-based Indian observatory to study the Sun ☀️, is scheduled for
🗓️September 2, 2023, at
🕛11:50 Hrs. IST from Sriharikota.Citizens are invited to witness the launch from the Launch View Gallery at… pic.twitter.com/bjhM5mZNrx
— ISRO (@isro) August 28, 2023
Comments are closed.