Latest Odisha News

BREAKING NEWS

ରିଲାଏନ୍ସର ବୋର୍ଡ ଅଫ୍ ଡାଇରେକ୍ଟରରେ ଇଶା, ଆକାଶ ଏବଂ ଅନନ୍ତ ସାମିଲ, ଅବସର ନେଲେ ନୀତା ଅମ୍ବାନୀ

ନୂଆଦିଲ୍ଲୀ: ଦେଶର ନାମୀଦାମୀ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସୋମବାର ଏହାର ଉତ୍ତରାଧିକାରୀ ଘୋଷଣା କରିଛି। ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଏବଂ ପୁଅ ଆକାଶ, ଅନନ୍ତଙ୍କୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍. ବୋର୍ଡ ଅଫ୍ ଡାଇରେକ୍ଟର୍ସକୁ ନିଯୁକ୍ତ କରାଯାଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ (ଆରଆଇଏଲ୍ )ର ୪୬ତମ ଏଜିଏମରେ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏହା ଘୋଷଣା କରିଛନ୍ତି।

ଷ୍ଟକ୍ ମାର୍କେଟକୁ ଦିଆଯାଇଥିବା ସୂଚନା ଅନୁସାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କହିଛି ଯେ ବାର୍ଷିକ ସାଧାରଣ ସଭା (ଏଜିଏମ୍) ପୂର୍ବରୁ କମ୍ପାନୀର ପରିଚାଳନା ବୋର୍ଡର ବୈଠକ ଅନୁଷ୍ଠିତ ହୋଇଥିଲା। ଏହା ଇଶା, ଆକାଶ ଏବଂ ଅନନ୍ତଙ୍କୁ ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ନିଯୁକ୍ତିକୁ ଅନୁମୋଦନ କରିଛି। ଏଥି ସହ ନୀତା ଅମ୍ବାନୀ ନିର୍ଦ୍ଦେଶକ ବୋର୍ଡରୁ ଇସ୍ତଫା ଦେଇଛନ୍ତି।

ଗତ ବର୍ଷ ଶିଳ୍ପପତି ମୁକେଶ ଅମ୍ବାନୀ ତାଙ୍କ ବଡ଼ ପୁଅ ଆକାଶ ଅମ୍ବାନୀଙ୍କୁ ଦେଶର ସର୍ବବୃହତ ମୋବାଇଲ୍ କମ୍ପାନୀ ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡର ଅଧ୍ୟକ୍ଷ କରିବା ପାଇଁ ଘୋଷଣା କରିଥିଲେ। ତଥାପି ଅମ୍ବାନୀ ଜିଓ ପ୍ଲାଟଫର୍ମର ଚେୟାରମ୍ୟାନ୍ ରହିଲେ। ରିଲାଏନ୍ସ ଜିଓ ଇନଫୋକମ୍ ଏହା ଅଧୀନରେ ଆସେ। ଆକାଶଙ୍କ ଯାଆଁଳା ଭଉଣୀ ଇଶା ରିଲାଏନ୍ସର କ୍ଷୁଦ୍ର ୟୁନିଟ୍ ଏବଂ ସାନ ପୁଅ ଅନନ୍ତଙ୍କୁ ନୂତନ ଶକ୍ତି ବ୍ୟବସାୟ ପାଇଁ ମନୋନୀତ କରାଯାଇଛି।

ସେ କହିଛନ୍ତି ଯେ ଆସନ୍ତା ଗଣେଶ ଚତୁର୍ଥୀ ଅବସରରେ ଜିଓ ଏୟାରଫାଇବର ଲଞ୍ଚ ହେବ। ଏହା ଦ୍ବାରା ଗ୍ରାହକମାନେ ବିନା ତାରରେ (ଓ୍ବେୟାରଲେସ୍) ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍ ସର୍ଭିସ୍ ପାଇପାରିବେ। ଏହା ଦ୍ବାରା ଯେଉଁଠାରେ ଫାଇବର ଅପଟିକ ପହଞ୍ଚିନାହିଁ, ସେଠାରେ ଲୋକମାନେ ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ପାଇପାରିବେ। ୫ଜି ନେଟଓ୍ବାର୍କ ବ୍ୟବହାର କରିବ ଏହି ସେବା ଯୋଗାଇ ଦିଆଯିବ ବୋଲି ଅମ୍ବାନୀ କହିଛନ୍ତି। ଜିଓ ପାଖରେ ଏବେ ୪୫ କୋଟିରୁ ଅଧିକ ଗ୍ରାହକ ଅଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।

ଭାରତରେ ଦ୍ରୁତତମ ୫ଜି ରୋଲଆଉଟ ଘଟିଛି। ପ୍ରତ୍ୟେକ ମାସରେ ୟୁଜର୍ସ ହାରାହାରି ୨୫ ଜିବି ଡାଟା ବ୍ୟବହାର କରୁଛନ୍ତି। ଜିଓଙ୍କ ଆୟ ସର୍ବଦା ଅଧିକ। ପ୍ରତି ମାସରେ ଜିଓର ଡାଟା ଟ୍ରାଫିକ ହେଉଛି ୧୧୦୦ କୋଟି ଜିବି। ଜିଓ ୫ଜି କେବଳ ୯ ମାସ ମଧ୍ୟରେ ଦେଶର ୯୬% ସହରରେ ବ୍ୟାପିଛି। ଦେଶର ମୋଟ ୫ଜି ସେବାରେ ଜିଓର ପ୍ରାୟ ୮୫% ନେଟୱାର୍କ ଅଂଶ ଅଛି। ପ୍ରତି ୧୦ ସେକେଣ୍ଡରେ ଗୋଟିଏ ୫ଜି ଗ୍ରାହକ ଯୋଡାଯାଉଛି ବୋଲି ୪୬ତମ ଏଜିଏମକୁ ସମ୍ବୋଧିତ କରି ମୁକେଶ ଅମ୍ବାନୀ କହିଛନ୍ତି।

Leave A Reply

Your email address will not be published.