Latest Odisha News

BREAKING NEWS

ପାକିସ୍ଥାନରେ ଭାରତର ନବନିଯୁକ୍ତ କୂଟନୀତିଜ୍ଞ ଗୀତିକା ଶ୍ରୀବାସ୍ତବ

ଇସଲାମାବାଦ: ୨୦୦୫ ବ୍ୟାଚର IFS ଅଫିସର ଗୀତିକା ଶ୍ରୀବାସ୍ତବ । ଗୀତିକାଙ୍କୁ ମିଳିଛି ଗୁରୁ ଦାୟିତ୍ବ । ଇସଲାମାବାଦସ୍ଥିତ ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟରେ ବରିଷ୍ଠତମ କୂଟନୀତିଜ୍ଞ ହେବେ ଦାୟିତ୍ବ ତୁଲାଇବେ ଗୀତିକା ଶ୍ରୀବାସ୍ତବ । ପ୍ରଥମ ମହିଳା କୂଟନୀତିଜ୍ଞ ଭାବେ ସେ ପାକିସ୍ତାନସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ କାର୍ଯ୍ୟାଳୟରେ ଏହି ପଦବିରେ ନିଯୁକ୍ତ ହୋଇଛନ୍ତି । ଗୀତିକା ଏବେ ବିଦେଶ ବ୍ୟାପାର ମନ୍ତ୍ରାଳୟରେ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ର ପାଇଁ ଯୁଗ୍ମ ସଚିବ ଅଛନ୍ତି ।

ସ୍ବାଧୀନତା ପରେ ପ୍ରଥମ ଥର ପାକିସ୍ତାନରେ ସ୍ଥିତ ଭାରତୀୟ ଉଚ୍ଚାୟୁକ୍ତର କମାଣ୍ଡ ସମ୍ଭାଳିବେ ଜଣେ ମହିଳା । ସେ ସୁରେଶ କୁମାରଙ୍କ ସ୍ଥାନ ନେବେ ଯିଏକି ଖୁବଶୀଘ୍ର ନୂଆଦିଲ୍ଲୀ ଫେରିବାର ସମ୍ଭାବନା ରହିଛି । ଗୀତିକା ବିଦେଶ ଭାଷା ଟ୍ରେନିଂ ସମୟରେ ମାଣ୍ଡାରିନ (ଚୀନ ଭାଷା) ଶିଖିଥିଲେ । ୨୦୦୭ରୁ ୨୦୦୯ ଯାଏ ଚୀନରେ ଭାରତୀୟ ଦୂତବାସରେ ନିଯୁକ୍ତ ଥିଲେ । ଆସନ୍ତା କିଛି ଦିନ ମଧ୍ୟରେ ଗୀତିକା ଇସଲାମାବାଦ ସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ଭାର ଗ୍ରହଣ କରିବେ ବୋଲି ସୂଚନା ମିଳିଛି ।

୧୯୪୭ରେ ଶ୍ରୀପ୍ରକାଶଙ୍କୁ ପାକିସ୍ତାନରେ ପ୍ରଥମ ଭାରତୀୟ ଭାବେ ଉଚ୍ଚାୟୁକ୍ତ ନିଯୁକ୍ତ କରାଯାଇଥିଲା । ଏହା ପରେ ଭାରତର ପ୍ରତିନିଧିତ୍ବ ସର୍ବଦା ପୁରୁଷ କରି ଆସୁଛନ୍ତି । ଇସଲାମାବାଦରେ ଶେଷ ଭାରତୀୟ ଉଚ୍ଚାୟୁକ୍ତ ଅଜୟ ବିସାରିୟା ଥିଲେ । ଯାହାଙ୍କୁ ୨୦୧୯ରେ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଦ୍ବାରା ଉଚ୍ଚାୟୁକ୍ତ ସ୍ଥିତି ହ୍ରାସ କରିବା ନିଷ୍ପତ୍ତିରେ ଭାରତ ଡାକରା ଆସିଥିଲା । ପୂର୍ବରୁ ପାକିସ୍ତାନରେ ମହିଳା କୂଟନୀତିଜ୍ଞଙ୍କୁ ନିଯୁକ୍ତି ମିଳିଛି ହେଲେ ଏତେ ବଡ଼ ଦାୟିତ୍ବ ମିଳିନାହିଁ । ସେଠାରେ ମହିଳା ଅଫିସର ନିଯୁକ୍ତ ସମ୍ଭବତଃ କମ୍‌ ଥାଏ । ସ୍ବାଧୀନତା ପରେ ପ୍ରଥମ ଥର ପାଇଁ ଭାରତ ମିଶନର ମୁଖ୍ୟ ଜଣେ ମହିଳା ହେବାକୁ ଯାଉଛନ୍ତି ।

Comments are closed.