ମଣିପୁର: ଥମୁନି ମଣିପୁର ହିଂସା । ଦିନକୁ ଦିନ ଏହା ଉଗ୍ର ରୂପ ଧାରଣ କରୁଛି । ଆଜି ମଣିପୁରରେ ପୁଣି ଗୁଳି ଫୁଟିଛି । ଗୁଳିମାଡ଼ରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବିଷ୍ଣୁପୁର-ଚୁରାଚାନ୍ଦପୁର ସୀମାରେ ଏହି ଗୁଳିମାଡ ହୋଇଛି ଗୁଳିମାଡ଼ । ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି ।
ନରଣସୈନା ଗାଁର କିଛି ଚାଷୀ ଜମିରେ କାମ କରୁଥିବାବେଳେ ହଠାତ୍ ୭ ଜଣ ବନ୍ଧୁକଧାରୀ ତାଙ୍କ ଉପରେ ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା । ମୃତକ ଲାଇବୁଜମ ଇନାଓ ଓ ଜଙ୍ଗମିନଲେନ୍ ଗାଙ୍ଗଟେ ବୋଲି ଜଣାପଡିଛି । ଗତ ୩ ମାସ ପରେ ବି ପରିସ୍ଥିତି ଶାନ୍ତ ପଡିନି । ସାଧାରଣ ଜୀବନଶୈଳୀକୁ ଫେରି ପାରୁନାହାନ୍ତି ମଣିପୁରବାସୀ ।
ଏବେ ଚାଷ ଋତୁ ହୋଇଥିବାରୁ ଲୋକ କ୍ଷେତକୁ ଯାଉଥିବା ବେଳେ, ହିଂସାର ଶିକାର ହେଉଛନ୍ତି । ଗତ ମେ’ ମାସରୁ ରାଜ୍ୟରେ ହିଂସା ସ୍ଥିତି ଜାରି ରହିଥିବା ବେଳେ ୧୭୦ ଜଣଙ୍କର ମୃତ୍ୟୁ ଘଟିଛି । ହଜାର ହଜାର ଲୋକ ବାସହୀନ ହୋଇଛନ୍ତି । ଏଭଳି ସ୍ଥିତିରେ ଗତକାଲିଠୁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି । ରାଜ୍ୟର ସମସ୍ତ କୁକୀ ଓ ଜୋମି ସମ୍ପ୍ରଦାୟର ବିଧାୟକ ବିଧାନସଭା ଅଧିବେଶନକୁ ବହିଷ୍କାର କରିଛନ୍ତି ।
Comments are closed.