ମୁମ୍ବାଇ: ବକ୍ସ ଅଫିସ୍ରେ ଧମାଲ ମଚାଇଛିି ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ‘ଗଦର-୨’ । ଫିଲ୍ମଟି ବେଶ୍ ଭଲ ରୋଜଗାର ମଧ୍ୟ କରୁଛି । ଇତିମଧ୍ୟରେ ଏହା ୪୬୫ କୋଟି ଟଙ୍କା ବ୍ୟବସାୟ କରି ସାରିଲାଣି । ଏବେ ଏହା ୫୦୦ କୋଟି ଅତିକ୍ରମ କରିବ ବୋଲି ପ୍ରଯୋଜନା ସଂସ୍ଥା ଆଶା କରିଛି । ସନ୍ନି ଦେଓଲ ଜଣେ ସଫଳ ଅଭିନେତା ହେଲେ ମଧ୍ୟ ଏମିତି ଜଣେ ବଲିଉଡ ଅଭିନେତ୍ରୀଙ୍କ ସହ କାମ କରିବାକୁ ଇଛା ରଖିଛନ୍ତିି, ଯାହାଙ୍କ ସହ ହିରୋ ନ ହେଲେ ମଧ୍ୟ ବାପା ଭୂମିକାରେ ଅଭିନିୟ କରିବାକୁ ରାଜି ଅଛନ୍ତି ।
ନିକଟରେ ସନ୍ନି ଦେଓଲଙ୍କୁ ଏକ ସାକ୍ଷାତକାରରେ ପଚରାଯାଇଥିଲା ଯେ, ସେ କେଉଁ ଅଭିନେତ୍ରୀଙ୍କ ସହ କାମ କରିବାକୁ ଚାହୁଁଛନ୍ତି? ଏହାର ଉତ୍ତରରେ ସେ ଆଲିଆ ଭଟ୍ଟଙ୍କ ନାମ ନେଇଥିଲେ । ଆଉ କହିଥିଲେ ଯେ, ମୁଁ ଆଲିଆଙ୍କୁ ବହୁତ ପସନ୍ଦ କରେ । ତାଙ୍କ ସହିତ ଏକ ଫିଲ୍ମ କରିବା ମୋର ବହୁତ ଇଛା । ମୁଁ ତାଙ୍କର ହିରୋ ନ ହେଲେ ବି ଯେ କୌଣସି ଭୂମିକା ମିଳିଲେ କରିବି । ଏମିତି କି ତାଙ୍କ ବାପା ଭୂମିକାରେ ବି ଅଭିନୟ କରିବାକୁ ରାଜି ଅଛି ।
Comments are closed.