Latest Odisha News

BREAKING NEWS

୩ମାସ ମଧ୍ୟରେ ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ କହିଲେ; ଜନସାଧାରଣ ଆଶ୍ୱସ୍ତ

ଭୁବନେଶ୍ୱର: ମାତ୍ରାଧିକ ଟ୍ରାଫିକ୍ ଫାଇନ୍ ଆଦାୟକୁ ନେଇ ଗତ କିଛି ସପ୍ତାହ ହେଲା ସାଧାରଣ ଜନତା ଅତିଷ୍ଠ ହୋଇପଡ଼ିଛନ୍ତି । ପରିଶେଷରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ରାଫିକ୍ ନିୟମ କୋହଳ କରିବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ନୂଆ ସଂଶୋଧିତ ଆଇନକୁ ଆଉ ଏବେ କାର୍ଯ୍ୟକାରୀ ନ’କରି ଆସନ୍ତା ୩ ମାସ ପର୍ଯ୍ୟନ୍ତ କୋହଳ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଏହାଫଳରେ, ସଂଶୋଧିତ ମୋଟର ଭେଇକେଲ ଆକ୍ଟ ଓ ଜୋରିମାନା ପ୍ରସଙ୍ଗରେ ଗାଡ଼ି ଚାଳକଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି ।

ଏପରିକି ମୁଖ୍ୟମନ୍ତ୍ରୀ ସମସ୍ତ ଗାଡ଼ି ଚାଳକମାନଙ୍କୁ  କହିଛନ୍ତି, ୩ ମାସ ମଧ୍ୟରେ ଜୋରିମାନାକୁ କୋହଳ କରି ଦିଆଯାଇଛି। ଏହି ସମୟରେ ଗାଡ଼ି ଚାଳକ ଓ ମାଲିକ ନିଜନିଜ ଗାଡ଼ିର କାଗଜପତ୍ର ପ୍ରସ୍ତୁତ କରି ନିଅନ୍ତୁ ।

ଏଥିସହିତ ଟ୍ରାଫିକ୍‌ ନିୟମକୁ ମାନିବାକୁ ସମସ୍ତ ଗାଡ଼ି ଚାଳକଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ ମଧ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଗାଡ଼ି କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ଅଧିକ ସୁବିଧା ସୃଷ୍ଟି କରାଯିବ। ଲୋକଙ୍କ ସୁବିଧା ପାଇଁ ଅଧିକ କାଉଣ୍ଟର ଖୋଲାଯିବାର ବି ଯୋଜନା ରହିଛି। ଅଧିକ କାଉଣ୍ଟର ଖୋଲିବା ପାଇଁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.