ତୁର୍କୀ: ତୁର୍କୀରେ ରହୁଥିବା ଏକ ପରିବାର ଏବେ ଚର୍ଚ୍ଚାରେ । କାରଣ ଏହି ପରିବାରର ସଦସ୍ୟମାନେ ଚାରି ହାତ ଗୋଡରେ ଚାଲନ୍ତି । ଏହି ପରିବାରର ନାମ ହେଉଛି ‘ଉଲ୍ଲାସ ପରିବାର’ । ଏପରି ଚାଲି କରି ଏହି ପରିବାର ଦୁନିଆକୁ ଚକିତ କରିଦେଇଛନ୍ତିି । ଏମାନଙ୍କୁ ଦେଖି ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଯେ, ସେମାନେ କିପରି ମାନବ ବିବର୍ତ୍ତନର ସିଦ୍ଧାନ୍ତରେ ଫିଟ୍ ହୋଇଥାନ୍ତି ।
୨୦୦୬ ମସିହାରେ ‘ଦି ଫ୍ୟାମିଲି ୱାଲ୍ ଅନ୍ ଅଲ୍ ଫୋର୍ସ\’ ଶୀର୍ଷକ ବିବିସି ଡକ୍ୟୁମେଣ୍ଟାରୀ ରିଲିଜ୍ ପୂର୍ବରୁ ଏକ ଅନୁସନ୍ଧାନ ପେପରରେ ଏହି ପରିବାର ସମ୍ପର୍କରେ ପ୍ରଥମେ ବର୍ଣ୍ଣନା କରାଯାଇଥିଲା । ତା’ପରେ ଏହି ତଥ୍ୟ ବୈଜ୍ଞାନିକମାନଙ୍କୁ ଆଶ୍ଚର୍ଯ୍ୟ କଲା । ଏହା ପରେ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସର ପ୍ରଫେସର ନିକୋଲାସ୍ ହାମଫ୍ରି ଏହି ପରିବାର ଉପରେ ଅଧ୍ୟୟନ କରିଥିଲେ । ସେ ଜାଣିବାକୁ ପାଇଲେ ଯେ ଏହି ପରିବାରର ୧୮ ଜଣ ପିଲାଙ୍କ ମଧ୍ୟରୁ ୬ ଜଣ ଅସ୍ୱାଭାବିକ ଭାବେ ଜନ୍ମ ହୋଇଥିଲେ । ଏହି ୬ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇସାରିଛି । ଏଥିଲାଗି ସମସ୍ତେ ଚାରି ହାତଗୋଡରେ ଚାଲିଥାନ୍ତି ।
ପ୍ରଫେସର ନିକୋଲାସ୍ ହାମଫ୍ରି କହିଛନ୍ତି ଯେ, ଏହା ଆଶ୍ଚର୍ଯ୍ୟଜନକ ଥିଲା । ମୁଁ କଦାପି ବିଶ୍ୱାସ କରି ପାରି ନ ଥିଲି ଯେ ଆଧୁନିକ ମଣିଷମାନେ ପଶୁ ସ୍ଥିତିକୁ ଫେରି ଆସିବେ । ଯାହା ଆମକୁ ପଶୁମାନଙ୍କଠାରୁ ପୃଥକ କରେ । ତାହା ହେଉଛି ଯେ ଆମେ ମଣିଷମାନେ ଦୁଇ ଗୋଡରେ ଚାଲନ୍ତି ଏବଂ ମୁଣ୍ଡକୁ ଉଚ୍ଚ କରିଥାଉ । କିନ୍ତୁ ଏହି ଲୋକମାନେ ସେହି ସୀମା ଅତିକ୍ରମ କରିଛନ୍ତି । ଏହି ପିଲାମାନଙ୍କର ମସ୍ତିଷ୍କରେ ଏକ ସଙ୍କୋଚିତ ସେରେବେଲମ୍ ମିଳିଥିଲା । ତଥାପି, ଏହି ଅବସ୍ଥାରେ ଥିବା ଅନ୍ୟ ମଣିଷମାନେ ଦୁଇ ଗୋଡରେ ହିଁ ଚାଲନ୍ତି । ସେହିପରି ଲିଭରପୁଲ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଜାଣିବାକୁ ପାଇଲେ ଯେ ଏମାନଙ୍କ କଙ୍କାଳ ମାଙ୍କଡ଼ଙ୍କ ପରି । ତେଣୁ ସେମାନେ ଦୁଇ ଗୋଡ଼ରେ ନ ଚାଲି ହାତର ସାହାଯ୍ୟ ନେଇଥାନ୍ତି ।
Comments are closed.