ମୁମ୍ବାଇ: ଆନ୍ଧ୍ରପ୍ରଦେଶର ତିରୁମାଲାଠାରେ ଥିବା ଶ୍ରୀ ଭେଙ୍କଟେଶ୍ୱର ମନ୍ଦିର ଓ ତିରୁମାଲା ସ୍ୱାମୀ ମନ୍ଦିର ପରିଦର୍ଶନ କରିଛନ୍ତି ବଲିଉଡ଼ ଅଭିନେତ୍ରୀ ଜାହ୍ନବୀ କପୁର ଓ ତାଙ୍କ ବୟଫ୍ରେଣ୍ଡ ଶିଖର ପାହାଡ଼ିଆ । ସେମାନେ ତିରୁମାଲା ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏହାର ଅନେକ ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ସେୟାର କରାଯାଇଛି ।
ଭାଇରାଲ ଭିଡ଼ିଓଗୁଡ଼ିକରେ ଜାହ୍ନବୀ ଏକ ବାଇଗଣୀ ରଙ୍ଗର ଶାଢ଼ି ପିନ୍ଧି ମନ୍ଦିର ବେଡ଼ା ବୁଲିବା ସହ ମୁଣ୍ଡିଆ ମାରୁଥିବା ଦେଖିବାକୁ ମିଳୁଛି । ତାଙ୍କ ସହ ଥିଲେ ଶିଖର ପାହାଡ଼ିଆ, ଯିଏ ଏକ ପାରମ୍ପରିକ ପୋଷାକ ପିନ୍ଧିଥିଲେ । ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଉଭୟ କାରରେ ଚାଲି ଯାଇଥିଲେ । ଗତ ଏପ୍ରିଲ୍ ମାସରେ ମଧ୍ୟ ଜାହ୍ନବୀ ସାନଭଉଣୀ ଓ ଶିଖରଙ୍କ ସହ ତିରୁପତି ଆସି ପୂଜାର୍ଚ୍ଚନା କରିଥିଲେ । ଜାହ୍ନବୀ ବିଭିନ୍ନ ସମୟରେ ତିରୁମାଲା ମନ୍ଦିର ଯାଆନ୍ତି । କିଛିମାସ ତଳେ ସେ ତାଙ୍କ ଭଉଣୀ ଖୁସି କପୁର ଓ ଶିଖର ପାହାଡ଼ିଆଙ୍କ ସହ ଏଠାକୁ ଆସିଥିଲେ ।
ଏବେ ଜାହ୍ନବୀ ଶିଖର ପହାଡ଼ିଆଙ୍କୁ ଡେଟ୍ କରୁଛନ୍ତି । ଗତ ମାସରେ ଦୁହିଁଙ୍କୁ ଗୋଟିଏ କାରରେ ଅର୍ଜୁନ କପୁରଙ୍କ ଘରକୁ ଯିବାର ଦେଖିବାକୁ ମିଳିଥିଲା । ଏଥିସହିତ ନୀତା ମୁକେଶ ଅମ୍ବାନୀ କଲ୍ଚରାଲ ସେଣ୍ଟରର ଲଞ୍ଚ କାର୍ଯ୍ୟକ୍ରମରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଏହି ସମୟରେ ବୋନୀ କପୁରଙ୍କୁ ମଧ୍ୟ ତାଙ୍କ ସହ ଦେଖିବାକୁ ମିଳିଥିଲା । ଜାହ୍ନବୀଙ୍କ ଜନ୍ମଦିନରେ ଶିଖର ତାଙ୍କ ସହ ଏକ ରୋମାଣ୍ଟିକ୍ ଛବି ପୋଷ୍ଟ କରିଥିଲେ । ଶିଖର ହେଉଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ସିନ୍ଦେଙ୍କ ନାତି ।
ନିକଟରେ ଜାହ୍ନବୀଙ୍କୁ ‘ବବାଲ’ରେ ଦେଖିବାକୁ ମିଳିଥିଲା । ଆଗାମୀ ଦିନରେ ତାଙ୍କୁ ରାଜକୁମାରଙ୍କ ସହ ‘ମିଷ୍ଟର ଓ ମିସେସ୍ ମାହି’ରେ ଦେଖିବାକୁ ମିଳିବ । ଜୁନିୟର ଏନ୍ଟିଆର୍ ଓ ସୈଫ ଅଲି ଖାନଙ୍କ ସହ ସେ ମଧ୍ୟ ଏକ ତେଲୁଗୁ ଫିଲ୍ମରେ ଡେବ୍ୟୁ କରିବେ ।
Comments are closed.