Latest Odisha News

BREAKING NEWS

ଶାଢ଼ି ପିନ୍ଧି ସ୍କେଟିଂ କଲେ କୁନି ଝିଅ, ସମସ୍ତଙ୍କୁ ଚମକାଇ ଦେଲେ

କେରଳ: ଖେଳିବା କୁଦିବା ବୟସରେ ଏପରି କିଛି କରି ଦେଖାଇଛି କୁନି ଝିଅଟିଏ, ଯାହା ଏବେ ଖୁବ୍ ଚର୍ଚ୍ଚାରେ । ଶାଢି ପିନ୍ଧି କରିଛନ୍ତି ଚମତ୍କାର ସ୍କେଟିଂ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଛି ।

କେରଳରେ ମଙ୍ଗଳବାର ଧୁମ୍‌ଧାମ୍‌ରେ ଆୟୋଜିତ ହୋଇଥିଲା ଓନମ ପର୍ବ । ଏହି ପର୍ବରେ ସାଧାରଣତଃ ମହିଳାମାନେ ସେମାନଙ୍କର ପ୍ରିୟ ପୋଷାକ ‘କସାବୁ’ ଶାଢ଼ି ପିନ୍ଧିଥାନ୍ତି । ଏହି ଅବସରରେ ଏକ କୁନି ଝିଅ କାସବୁ ଶାଢ଼ି ପିନ୍ଧି ଚମତ୍କାର ସ୍କେଟିଂ କରିଥିଲେ,ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଝିଅଟି ହେଉଛି କେରଳର ଆୟରା ଅୟମାନ ଖାନ । ବୟସ ମାତ୍ର ୫ ବର୍ଷ । କୁନି ଝିଅଟିର ସ୍କେଟିଂ କରୁଥିବାର ପ୍ରତ୍ୟେକ ଷ୍ଟେପ୍ ଆପଣଙ୍କ ହୃଦୟକୁ ଛୁଇଁବ । ତାଙ୍କର ଏହି ପ୍ରତିଭା ଦେଖି ଲୋକେ ତାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି । କୋଚିସ୍ଥିତ ଏକ ଘରୋଇ ସ୍କେଟପାର୍କରେ ଆୟରାଙ୍କ ଏହି ଭିଡିଓ ପ୍ରସ୍ତୁତ କରାଯାଇଛି ।

ଆୟରା କହିଛନ୍ତି ଯେ, ମୋତେ ସ୍କେଟିଂ କରିବାକୁ ବହୁତ ଭଲ ଲାଗେ । ମୁଁ ବହୁତ କମ୍ ବୟସରୁ ସ୍କେଟିଂ ଶିଖିବା ଆରମ୍ଭ କରିଛି । ସେଥିପାଇଁ ମୁଁ ବହୁ ସହଜରେ ସ୍କେଟିଂ ଜରିଆରେ ବିଭିନ୍ନ କୌଶଳ ଦେଖାଇବାରେ ସକ୍ଷମ ହୋଇପାରୁଛି । ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସ୍କେଟିଂ କରିବାର ଅନେକ ଭିଡିଓ ପୋଷ୍ଟ କରିଛନ୍ତି । ତାଙ୍କର ଏହି ଭିଡ଼ିଓ ଦେଖିବା ପରେ ଅନେକ ଆୟରାଙ୍କ ପ୍ରତିଭାକୁ ଖୁବ୍ ପ୍ରଶଂସା କରିଛନ୍ତି ।

Comments are closed.