Latest Odisha News

ପୁଣି ବ୍ରହ୍ମଣୀ ନଦୀରେ ଅଘଟଣ: ମଇଁଷି ଚରାଳିଙ୍କୁ ଟାଣିନେଲା ମଣିଷଖିଆ କୁମ୍ଭୀର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ପୁଣି ମଣିଷ ଖାଇଲା କୁମ୍ଭୀର । ଗତ ୩ ମାସ ମଧ୍ୟରେ ରାଜନଗରରେ ଏହା ହେଉଛି ପଞ୍ଚମ ଘଟଣା । ବ୍ରାହ୍ମଣୀ ନଦୀ କୂଳରେ ମଇଁଷି ଚରାଉଥିବା ବେଳେ ରାଜପୁର ଗାଁର ଭାସ୍କର ରାଉତଙ୍କୁ ଟାଣି ନେଇଛି କୁମ୍ଭୀର । ସୂଚନା ପାଇ ଭାସ୍କର ରାଉତଙ୍କୁ ଖୋଜାଖୋଜି ଚଳାଇଛନ୍ତି ଅଗ୍ନିଶମ ବାହିନୀ ଓ ଗ୍ରାମବାସୀ।

ଖବର ଅନୁସାରେ, ଆଜି ସକାଳେ ଭାସ୍କର ମଇଁଷି ଗୁଡ଼ିକୁ ଛାଡ଼ି ବ୍ରାହ୍ମଣୀ ନଦୀ ନିକଟରେ ଠିଆ ହୋଇଥିଲେ। ଏହି ସମୟରେ ଏକ କୁମ୍ଭୀର ଆସି ଭାସ୍କରଙ୍କୁ ଟାଣି ନେଇଥିଲା। ପ୍ରତ୍ୟେକ୍ଷଦର୍ଶୀ ପାଟି ଶୁଣି ଦୌଡ଼ି ଆସିଥିଲେ। କୁମ୍ଭୀରଟି ସେହି ସମୟରେ ଭାସ୍କରଙ୍କୁ ନଈ ଭିତରକୁ ଟାଣି ନେଇଥିଲା। ଏନେଇ ସ୍ଥାନୀୟ ଲୋକେ ବନ ବିଭାଗ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଭାସ୍କରଙ୍କୁ ଖୋଜାଖୋଜି କରୁଛନ୍ତି। ହେଲେ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ।  ବନ ବିଭାଗ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି।

ସୂଚନାଯୋଗ୍ୟ ଯେ, ଗତ ୩ ମାସ ମଧ୍ୟରେ ରାଜନଗରରେ ଏହା ହେଉଛି ପଞ୍ଚମ ଘଟଣା । ପୂର୍ବରୁ ୨ ମାସ ମଧ୍ୟରେ ୪ ଜଣଙ୍କୁ କୁମ୍ଭୀର ଟାଣି ନେଇ ମାରିଦେଇଥିଲା । ଫଳରେ ନଦୀ କୁଳିଆ ଗ୍ରାମବାସୀ ଆତଙ୍କିତ ହୋଇ ପଡିଛନ୍ତି । ବନ ବିଭାଗର ସଚେତନତା ସତ୍ତ୍ୱେ କୁମ୍ଭୀର ଜଣଙ୍କ ପରେ ଜଣଙ୍କୁ ଟାଣି ନେଉଛି । ତୁରନ୍ତ ସରକାର ଏହା ଉପରେ ଏକ ମାଷ୍ଟର ପ୍ଲାନ କରିବା ସହ ନଦୀ କୁଳିଆ ବାସିନ୍ଦା ଙ୍କୁ ସୁରକ୍ଷା ଯୋଗେଇ ଦେବାକୁ ଦାବୀ ହୋଇଛି ।

Comments are closed.