Latest Odisha News

ଚନ୍ଦ୍ରରୁ ଆସିଲା ନୂଆ ନୂଆ ତଥ୍ୟ, ଇସ୍ରୋ ଜାରି କଲା ଭିଡିଓ

ବେଙ୍ଗାଲୁରୁ: ଜହ୍ନ ରାଇଜରେ ବୁଲୁଛି କୁନି ପୁଅ। ସତେ ଯେପରି ଜହ୍ନମାମୁଁ ଅଗଣାରେ ଖେଳୁଛି ପୁଅ, ଆଉ ପୁଅକୁ ଶ୍ରଦ୍ଧାରେ ଚାହିଁ ରହିଛି ମାଆ। ଏପରି କିଛି ମଜାଦାର ବାକ୍ୟ ଲେଖି ସୋସିଆଲ ମିଡିଆ ଏକ୍ସରେ ସେୟାର କରିଛି ଇସ୍ରୋ। ଏହାସହ ଏକ ଭିଡିଓ ମଧ୍ୟ ସେୟାର କରାଯାଇଛି। ଏହାସହ ଚନ୍ଦ୍ରରେ ପ୍ରଜ୍ଞାନ ନୂଆ ନୂଆ ତଥ୍ୟ ସଂଗ୍ରହ କରି ଇସ୍ରୋକୁ ପଠାଉଛି।

ଆଜି (ଅଗଷ୍ଟ 31) ଚନ୍ଦ୍ରଯାନ-୩ର ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଅଷ୍ଟମ ଦିନ। ଇସ୍ରୋ ରୋଭର ପ୍ରଜ୍ଞାନର ଏକ ନୂତନ ଭିଡିଓ ଜାରି କରିଛି। ଚନ୍ଦ୍ରପୃଷ୍ଠରେ ଥିବା ଚନ୍ଦ୍ରୟାନ ୩ ପ୍ରତିଦିନ ନୂଆ ନୂଆ ତଥ୍ୟ ଦେଉଛି। ଆଜିର ତଥ୍ୟ ଅନୁସାରେ ଚନ୍ଦ୍ରରେ ହାଇଡ୍ରୋଜେନ୍ ଥିବାର ସମ୍ଭାବନା ବୃଦ୍ଧି ପାଇଛି। ଚନ୍ଦ୍ରରେ ସଲଫର୍, ଆଲୁମିନିୟମ୍, କ୍ୟାଲସିୟମ୍, ଆଇରନ୍, କ୍ରୋମିୟମ୍, ଟିଟାନିୟମ୍ ଭଳି ରାସାୟନିକ ପଦାର୍ଥ ରହିଛି। ଚନ୍ଦ୍ରର ଦଣିକ୍ଷ ମେରୁରେ ମାଙ୍ଗାନିଜ୍, ସିଲିକନ୍, ଅକ୍ସିଜେନ୍ ଥିବା ନେଇ ତଥ୍ୟ ମିଳିଛି। ହାଇଡ୍ରୋଜେନ୍ ଉପସ୍ଥିତି ନେଇ ଅଧିକ ଅନୁସନ୍ଧାନ ଜାରି ରହିଛି।

ଆଜି ଇସ୍ରୋ ଏକ୍ସରେ ଅନେକ ତଥ୍ୟ ପୋଷ୍ଟ କରିଛି। ଇସ୍ତୋ ଲେଖିଛି, ପ୍ରଜ୍ଞାନ ରୋଭର ଜହ୍ନମାମୁଁ ଅଗଣାରେ ଖେଳୁଛି। ଲ୍ୟାଣ୍ଡର ବିକ୍ରମ ମାଆ ଭଳି ପ୍ରଜ୍ଞାନକୁ ନିଜ ପିଲା ଖେଳୁଥିବାର ‌ସ୍ନେହଭରା ଦୃଷ୍ଟିରେ ଚାହିଁଛି। ଏହାସହ ଇସ୍ରୋ ଅନ୍ୟ ଏକ ତଥ୍ୟ ପୋଷ୍ଟ କରି ଲେଖିଛି, ନିରାପଦ ମାର୍ଗ ଅନ୍ବେଷଣ କରିବାକୁ ରୋଭର୍‌ ମୋଡ଼ ପରିବର୍ତ୍ତନ କରିଛି। ଏଲଆଇବିଏସ୍ ବା’ ଲେଜର ଇଣ୍ଡୁସଡ ବ୍ରେକଡାଉନ୍ ସ୍ପେକ୍ଟ୍ରେ୍ାସ୍କୋପ ପ୍ରଣାଳୀରେ ରୋଭରରୁ ଏହି ତଥ୍ୟ ଆସିଛି। ଏଲଆଇବିଏସ୍, ଚନ୍ଦ୍ରପୃଷ୍ଠରେ ଥିବା ମାଟି ଓ ପଥରରେ ଥିବା ରସାୟନିକ ଉପଦାନ ଗୁଡିକର ଅନୁଧ୍ୟାନ କରିଛି। କେଉଁ କେଉଁ ପ୍ରକାର ରାସାୟନିକ ଉପାଦନ ଚନ୍ଦ୍ର ମାଟିରେ ରହିଛି ତାହା ଅନୁନ୍ଧାନ କରିଛି ଏଲଆଇବିଏସ୍।

ଚନ୍ଦ୍ର ପୃଷ୍ଠରେ ଏବଂ ତାର ବିଭିନ୍ନ ଗଭୀରତାରେ ତାପମାତ୍ରାର ବହୁତ ପାର୍ଥକ୍ୟ ଅଛି। ଚନ୍ଦ୍ରର ଦକ୍ଷିଣ ପୋଲର ତାପମାତ୍ରା ପ୍ରାୟ ୫୦ ଡିଗ୍ରୀ ସେଲସିୟସ ରହିଛି। ଏଥି ସହିତ, ମାଇନସ୍ ୧୦ ° ସେଲସିଅସ ତାପମାତ୍ରା ୮୦ ମିମି ଗଭୀରତାରେ ରେକର୍ଡ କରାଯାଇଛି। ସେହିପରି ଚାଷ୍ଟା ପାଖରେ ୧୦ ଟି ତାପମାତ୍ରା ସେନ୍ସର ଅଛି, ଯାହା ୧୦ ସେଣ୍ଟିମିଟର ଅର୍ଥାତ୍ ୧୦୦ ମିମି ଗଭୀରତାରେ ପହଞ୍ଚିପାରେ।
ଚନ୍ଦ୍ରପୃଷ୍ଠରେ ସମ୍ମୁଖୀନ ହେଉଥିବା ଖାଲଖମା ଓ ପଥର ଆଦି ଏଡ଼ାଇବା ପାଇଁ ବେଙ୍ଗାଲୁରୁସ୍ଥିତ କମାଣ୍ଡ୍‌ ସେଣ୍ଟର୍‌ରୁ ରିମୋର୍ଟ କଣ୍ଟ୍ରୋଲ୍‌ଦ୍ବାରା ‘ପ୍ରଜ୍ଞାନ ରୋଭର୍’କୁ ନିୟନ୍ତ୍ରଣ କରାଯାଉଛି।

ଇସ୍ରୋ କହିଛି ଯେ, ଏପର୍ଯ୍ୟନ୍ତ ଚନ୍ଦ୍ରଯାନ-୩ର ଦୁଇଟି କିମ୍ବା ତିନୋଟି ମିଶନ ହାସଲ ହୋଇଛି। ପ୍ରଥମ ଦୁଇଟି ମିଶନ- ଚନ୍ଦ୍ର ପୃଷ୍ଠରେ ଏକ ନିରାପଦ ଓ ଧୀର ଅବତରଣ ଏବଂ ଚନ୍ଦ୍ରରେ ରୋଭରର ଗତି ପ୍ରଦର୍ଶନ ସଫଳ ହୋଇଛି। ଆସନ୍ତା ସପ୍ତାହରୁ ଚନ୍ଦ୍ରପୃଷ୍ଠରେ ରାତି ହେବାକୁ ଆଗରୁ ‘ରୋଭର୍‌ ପ୍ରଜ୍ଞାନ’ ଓ ‘ଲାଣ୍ଡର୍‌ ବିକ୍ରମ’ ତୁରନ୍ତ ପରୀକ୍ଷାନିରୀକ୍ଷା ଶେଷ କରିବାକୁ ଦ୍ରୁତ ବେଗରେ କାର୍ଯ୍ୟ ଚଳାଇଛନ୍ତି।

Comments are closed.