Latest Odisha News

ଭାୟକମ ୧୮ ହାତେଇଲା ବିସିସିଆଇ ମିଡିଆ ରାଇଟ୍ସ

ନୂଆଦିଲ୍ଲୀ: ଆଗାମୀ ୫ ବର୍ଷ ପାଇଁ ବିିସିସିଆଇର ମିଡିଆ ରାଇଟ୍ସକୁ ଭାୟାକମ ୧୮ ଗ୍ରୁପ ହାତେଇଛି । ବିସିସିଆଇ ସେକ୍ରଟାରୀ ସଚିବ ଜୟ ଶାହ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ୨୦୨୩ରୁ ୨୮ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଟିମର ସମସ୍ତ ଘରୋଇ ମ୍ୟାଚ ସ୍ପୋର୍ଟ୍ସ ୧୮ ଚ୍ୟାନେଲରେ ପ୍ରସାରିତ ହେବ । ଉଭୟ ଡିଜିଟାଲ ଓ ଟେଲିଭିଜନ ବ୍ରାଡକାଷ୍ଟ ରାଇଟ୍ସ ବାବଦକୁ କମ୍ପାନୀ ୫୯୬୬.୪ କୋଟି ଟଙ୍କା ଦେଇ ଏହି ଗ୍ରୁପ ରାଇଟ୍ସ ହାସଲ କରିଛି । ମୋବାଇଲ ଫୋନରେ ଜିୟୋ ସିନେମା ଆପ ମଧ୍ୟମରେ ଏହି ମ୍ୟାଚ ଉପଭୋଗ କରିହେବ ।

ମିଡିଆ ରିପୋର୍ଟ ଅନୁସାରେ ଭାୟକମ ୧୮ ପ୍ରତ୍ୟେକ ମ୍ୟାଚ ପାଇଁ ୬୭.୮ କୋଟି ଟଙ୍କା ଦେବ । ୫ ବର୍ଷ ମଧ୍ୟରେ ଭାରତ ୮୮ ଆନ୍ତର୍ଜାତୀୟ ମ୍ୟାଚ ଖେଳିବ । ଏଥିରେ ୨୫ ଟେଷ୍ଟ, ୨୭ ଦିନିକିଆ ଓ ୩୬ ଟି୨୦ ସାମିଲ । ଭାୟକମ ୧୮ରେ ପ୍ରଥମେ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ ପ୍ରସାରିତ ହେବ । ତେବେ ଏସିଆ କପ ଓ ୨୦୨୩ ଦିନିକିଆ ବିଶ୍ୱକପ ହଟଷ୍ଟାରରେ ଦେଖିହେବ ।

Leave A Reply

Your email address will not be published.