Latest Odisha News

ବାଙ୍କୀ କଚେରି ପଡ଼ିଆରେ ହାଇଡ୍ରାମା, ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଉନ୍ମତ୍ତ କାଣ୍ଡ

ବାଙ୍କୀ: ଖଣ୍ଡା ବୁଲାଇ ପୋଲିସକୁ ଆକ୍ରମଣ । ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଉନ୍ମତ୍ତକାଣ୍ଡ। ହାତରେ ଖଣ୍ଡା, ହାତୁଡି ଧରି ରାସ୍ତାରେ ବୁଲୁଛନ୍ତି । ଲୋକଙ୍କୁ ଭୟଭୀତ କରୁଛନ୍ତି । କଟକ ଜିଲ୍ଲା ବାଙ୍କୀ ବଜାରରେ ଆତଙ୍କରାଜ ଚଳାଇଛନ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ । ତାଙ୍କ ନାଁ ସରୋଜ ଦାସ ଓ ଘର ହରିରାଜପୁର ଗାଁରେ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ସାଢେ ୧୦ଟାରେ ଜଣେ ଯୁବକ ଡାହାଣ ହାତରେ ଏକ ଖଣ୍ଡା ଓ ବାମ ହାତରେ ଗୋଟିଏ ମାର୍ତୁଲ ଧରି ସାରା ବାଙ୍କୀ ବଜାରରେ ଆତଙ୍କ ଖେଳାଇଥିଲେ । କଲେଜ ନିକଟରେ ଥିବା ବ୍ୟାଙ୍କ ଏଟିଏମ ମଧ୍ୟ ଭଙ୍ଗାରୁଜା କରିଥିଲେ । ଏହି ଖବର ପାଇବା ପରେ ବାଙ୍କୀ ପୋଲିସ ତାଙ୍କୁ ଗିରଫ କରିବା ପାଇଁ ସେହି ସ୍ଥାନକୁ ଯାଇଥିବା ବେଳେ ତାଙ୍କୁ ପାଇନଥିଲେ । ପରେ ଉକ୍ତ ଯୁବକ ପୁନଶ୍ଚ କଚେରୀ ପଡିଆ ଠାରେ ଏପରି ଖଣ୍ଡା ବୁଲାଇ ଲୋକଙ୍କୁ ଭୟଭୀତ କରିବା ସହିତ ଗାଳିଗୁଲଜ କରୁଥିବା ବେଳେ ପୋଲିସ ସେଠାରେ ପହଞ୍ଚିଥିଲା । ତେବେ ଯୁବକ ଜଣକ ପୋଲିସକୁ ଦେଖିବା କ୍ଷଣି ଆହୁରି ଏତ୍ତେଜିତ ହୋଇପଡିଥିଲା । ହାତରେ ଧରିଥିବା ଏକ ଖଣ୍ଡାରେ ଜଣେ ପୋଲିସକୁ ହାଣିବାକୁ ଗୋଡାଇଥିଲା । ସୌଭାଗ୍ୟ ବସତଃ ପୋଲିସ ଜଣଙ୍କ ତାଙ୍କ ଆକ୍ରମଣରୁ ବର୍ତ୍ତି ଯାଇଥିଲେ । ପ୍ରାୟ ଦେଢ ଘଣ୍ଟା ଧରି କଚେରୀ ପଡିଆରେ ଏହି ହାଇଡ୍ରାମା ଚାଲିଥିବା ବେଳେ ଶହ ଶହ ଲୋକ ସେଠାରେ ପହଞ୍ଚିଥିଲେ ।

ସୂଚନାଯୋଗ୍ୟ ଯେ, ଯୁବକ ଝଣକ ଜଣେ ଅବସର ପ୍ରାପ୍ତ ସେନା କର୍ମଚାରୀ । ତାଙ୍କ ନାଁ ସରୋଜ ଦାସ । ତାଙ୍କ ଘର ସ୍ଥାନୀୟ ହରିରାଜପୁରରେ । ତେବେ ସରୋଜ ଏକ ଗାଡି କିଣିଥିବା ବେଳେ ଗାଡି ବିକ୍ରେତା ତାଙ୍କୁ ଗାଡିର କୌଣସି କାଗଜପତ୍ର ଆଜି ପର୍ଯ୍ୟନ୍ତ ଦେଉନଥିବାରୁ ସେ ବାରମ୍ବାର ପୋଲିସକୁ ଜଣାଇଥିଲେ । ମାତ୍ର ପୋଲିସ କୌଣସି ସମାଧାନ କରୁନଥିବାରୁ ସେ ବାଧ୍ୟ ହୋଇ ଏପରି କରୁଥିବା କହିଛନ୍ତି ସ୍ଥାନୀୟ ଲୋକେ ।

Comments are closed.