Latest Odisha News

୨୪ ଘଣ୍ଟା ପରେ ମାଣିଆ ଘାଟରୁ ମିଳିଲା ମୃତଦେହ: ମଇଁଷି ଚରାଉଥିବାବେଳେ ଟାଣିନେଇଥିଲା କୁମ୍ଭୀର

କେନ୍ଦ୍ରାପଡା: ରାଜନଗର ବ୍ଳକ ରାଜପୁର ଗାଁରେ କୁମ୍ଭୀର ଟାଣି ନେବା ଘଟଣା  । ଦୀର୍ଘ ୨୪ ଘଣ୍ଟା ପରେ ଉଦ୍ଧାର ହେଲା ମଇଁଷି ଚରାଳି ଅଭୟ ରାଉତଙ୍କ ମୃତଦେହ ।  ବ୍ରାହ୍ମଣୀ ନଦୀର ତଳମୁଣ୍ଡ ମାଣିଆ ଘାଟରୁ  ମୃତଦେହ ଉଦ୍ଧାର ହୋଇଛି  । ରାଜନଗରରେ ଦିନକୁ ଦିନ ବଢୁଛି କୁମ୍ଭୀର ଆତଙ୍କ  । ଗୋଟିଏ ପରେ ଗୋଟିଏ ଜୀବନ ନେଉଛି ମଣିଷ ଖିଆ କୁମ୍ଭୀର ।  ବ୍ରାହ୍ମଣୀ ନଦୀ କୂଳରେ ଜଣେ ମଇଁଷି ଚରାଳିଙ୍କୁ ଟାଣି ନେଇଥିଲା  । ଘଟଣା ଘଟିବାର ୨୪ ଘଣ୍ଟା ପରେ ମୃତଦେହ ଉଦ୍ଧାର ହୋଇଛି  । ଦୁଇ ମାସ ମଧ୍ୟରେ ୪ ଜଣଙ୍କୁ ଟାଣି ନେଇ ସାରିଲାଣି କୁମ୍ଭୀର ।ଗତ କିଛି ଦିନ ତଳେ ଚାନ୍ଦ ବାଉଁସମୂଳ ପଞ୍ଚାୟତ ହାତିଆଗଡି ଗାଁରେ ପୋଖରୀରେ ଗାଧୋଉଥିବାବେଳେ ଜଣେ ମହିଳାଙ୍କୁ ଟାଣି ନେଇଥିଲା । ଜଣେ ନାବାଳକକୁ ବି ଭିଡିନେଇଥିଲା । ତେବେ ରାଜନଗର ପଟ୍ଟାମୁଣ୍ଡା ଅଞ୍ଚଳରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି  ।

 

Comments are closed.