Latest Odisha News

ଗାଁ ନାଳରେ ବୁଡି ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ସୋନପୁର: ଝିଅ ଶାଶୂ ଘରେ କେମିତି ଅଛି ଦେଖିବାକୁ ଆସିଥିଲେ ବାପା-ମା’ । ହେଲେ ଏ ଦେଖା ତାଙ୍କର ଶେଷ ଦେଖା ପାଲଟିଗଲା । ଝିଅ ଶାଶୂ ଘର ଗାଁ ନାଳରେ ବୁଡି ଚାଲିଗଲା ବାପାଙ୍କ ଜୀବନ । ମା’ ଏବେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ।   ପାଣିରେ ବୁଡି ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର । ସୁବର୍ଣ୍ଣପୁର ଜିଲ୍ଲା ବିରାମହରାଜପୁର ବ୍ଲକ ମୁର୍ଷୁଣ୍ଢି ପଞ୍ଚାୟତ ଅନ୍ତର୍ଗତ କର୍ଡାପାଲ ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା ।

ମୃତକ ଜଣକ ସମ୍ବଲପୁର ଜିଲ୍ଲା ଚାରମାଳ ବିଶ୍ଵନାଥପୁର ଗାଁର ୭୦ ବର୍ଷୀୟ ଉଦ୍ଧବ ପଧାନ  ।  ସେ ପତ୍ନୀ ୬୫ ବର୍ଷୀୟ ମାଳତୀଙ୍କ ସହ  କର୍ଡ଼ପାଳସ୍ଥିତ ନିଜ ଝିଅ ଜ୍ୱାଇଁ ଘରକୁ ଆସିଥିଲେ ।  ଗାଁ ନିକଟ ପାଣିଖିଆ ନାଳକୁ ଗାଧୋଇବାକୁ  ଯାଇଥିବାବେଳେ ଘଟିଥିଲା ଅଘଟଣ ।  ଉଦ୍ଧବ ଗାଧୋଉ ଥିବା ବେଳେ ହଠାଥ ଗୋଡ଼ ଖସି ଯିଵାରୁ ପାଣିରେ ବୁଡ଼ିଯାଇଥିଲେ ।

ସ୍ୱାମୀ ବୁଡି ଯାଉଥିବା ଦେଖି ସ୍ତ୍ରୀ ମାଳତୀ ଉଦ୍ଧାର କରିବା ପାଇଁ ଆଗେଇ ଆସିଥିଲେ । ହେଲେ ସେ ମଧ୍ୟ ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ସେତେବେଳକୁ ଉଦ୍ଧବଙ୍କ ମୃତ୍ୟୁ ଘଟି ସାରିଥିଲା ।  ମାଳତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେପଟେ ବୀରମହାରାଜପୁର ପୋଲିସ ମୃତକଙ୍କ ଶବକୁ ଜବତକରି ତଦନ୍ତ ଆରମ୍ଭ କରିଛି ।

Comments are closed.