ଚୌଦ୍ବାର : ୧୬ ନମ୍ବର ଜାତୀୟ ରାଜପଥ ମଙ୍ଗୁଳି ଛକ ପେଟ୍ରୋଲ ପମ୍ପ ନିକଟରେ ଅଭାବନୀୟ ଘଟଣା ଘଟିଛି । ଟ୍ରକ ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏବଂ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ମୂତାବକ ଏକ ଟ୍ରକ ଦ୍ରୁତ ଗତିରେ କଟକରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିଲା । ଏତିକି ବେଳେ ଜଣେ ବ୍ୟକ୍ତି ଖାଦ୍ୟ ନେଇ ରାସ୍ତା ପାର୍ ହେଉଥିବାବେଳେ ତାଙ୍କୁ ଧକ୍କା ଦେଇଥିଲା । ମୃତ ବ୍ୟକ୍ତି ଜଣକ ଉତ୍ତର ପ୍ରଦେଶର ଶୋଲେ କୁମାର ବୋଲି ଜଣାପଡିଛି । ସେପଟେ ଦୁର୍ଘଟଣା ଘଟିବା ପରେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଛି । ଫଳରେ ଏଥିରେ ଦୁଇ ଜଣ ଡ୍ରାଇଭର ଗୁରୁତର ହୋଇଛନ୍ତି । ଦୁଇ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।
BREAKING NEWS
- Lightning strike:ବରଯାତ୍ରୀଙ୍କ ପାଇଁ କାଳ ହେଲା ବଜ୍ରପାତ;ଜଣେ ମୃତ, ୨ ଗୁରୁତର
- ସିନ୍ଧୁ ନଦୀ ଜଳ ଚୁକ୍ତି ସ୍ଥଗିତ: MEA
- ଶନିବାର ହେବ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଡାକ୍ତରଙ୍କ ଆଲୋଚନା
- STF Cracks Ganja Mafia:ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣର ବଡ଼ ନେଟୱର୍କ ଠାବ; ୪ ଗିରଫ, ୨୫ ପ୍ୟାକେଟ ଗଞ୍ଜେଇ ଜବତ
- ସମୁଦ୍ରରୁ ଆସୁଛି ସାଂଘାତିକ ସଙ୍କେତ! ଭାଙ୍ଗିଲା ସବୁ ପୁରୁଣା ରେକର୍ଡ, ପୃଥିବୀ ଉପରେ ମାଡ଼ି ଆସୁଛି କି ଅଜଣା ବିପତ୍ତି?
- Angul Serial Temple Theft: ଗୋଟିଏ ପରେ ଗୋଟିଏ ମନ୍ଦିରୁ ହେଲାଣି ଲୁଟ୍;୩ ଦିନରେ ୩ ବଡ଼ ମନ୍ଦିରରୁ ଚୋରି
- ଫିିଫା ବିଶ୍ୱକପ ୨୦୨୬ ପରେ ଅବସର ନେବେ କି ରୋନାଲ୍ଡୋ
- ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ: ଜୁଲାଇ ୬ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା, ୨ ଜିଲ୍ଲାକୁ ରେଡ୍ ଆଲର୍ଟ
- ୩୦ ଲକ୍ଷ ହେରଫେର ଅଭିଯୋଗ; ୨ ପୂର୍ବତନ ପଞ୍ଚାୟତ ଅଧିକାରୀ ଗିରଫ
- ଚୌଦ୍ୱାର ମଣ୍ଡଳ କାରାଗାରରେ ୫ କଏଦୀ HIV ପଜିଟିଭ
Comments are closed.