Latest Odisha News

BREAKING NEWS

ଆମେରିକାରେ ପଙ୍କ କାଦୁଅରେ ଫସି ରହିଛନ୍ତି ୭୦ ହଜାର ଲୋକ

ନ୍ୟୁୟର୍କ: ଆମେରିକାର ନେୱାଡ ରାଜ୍ୟରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏଠାରେ ବର୍ଣ୍ଣିଂ ମ୍ୟାନ ଫେଷ୍ଟିଭାଲ ପାଇଁ ୭୦ ହଜାର ଲୋକ ଏକତ୍ର ହୋଇଥିଲେ । ମାତ୍ର କ୍ରମାଗତ ଭାବେ ବର୍ଷା ହେବା ଯୋଗୁ ପୂରା ଅଂଚଳ କାଦୁଅ ଓ ପଙ୍କରେ ଭରି ଯାଇଛି । ଲୋକମାନେ ଚାଲିବାକୁ ସକ୍ଷମ ମଧ୍ୟ ହେଉ ନାହାନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ଗାଡିର ବ୍ୟବହାର ମଧ୍ୟ ହେଇପାରୁ ନ ଥିବାରୁ ପ୍ରଶାସକ ଚିନ୍ତା ବ୍ୟକ୍ତ କରିଛି । ଆଗକୁ ବର୍ଷା ଥିବାରୁ ଲୋକମାନେ ସେଠାରେ ଆଉ କିଛି ଦିନ ରହିବେ ବୋଲି ଆଶା କରାଯାଉଛି । ସେମାନଙ୍କ ପାଇଁ ଖାଦ୍ୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ସମ୍ପୃକ୍ତ ଅଂଚଳରେ ଏର୍ମଜେନ୍ସି ସର୍ଭିସେଜ ବ୍ୟତୀତ ଅନ୍ୟ ସମସ୍ତ ଯାନ ବାହନ ଉପରେ କଟକଣା ଲଗାଯାଇଛି । ୧୯୯୦ରେ ଏହି ମରୁଭୂମି ଅଂଚଳରେ ଏହି ଫେଷ୍ଟିଭାଲ ଆରମ୍ଭ କରାଯାଇଥିଲା ।

ପ୍ରଥମ ସଂସ୍କରଣରେ ମାତ୍ର ୮୦ ଲୋକ ଏକତ୍ର ରହିଥିଲେ । ଧିରେ ଧିରେ ଏଥିପ୍ରତି ଲୋକଙ୍କ ଆଗ୍ରହ ବଢ଼ିବାରେ ଲାଗିଲା ଏବଂ ଏବେ ଏହା ୭୦ ହଜାରରେ ପଂହଚିଛି । ସେଲଫୋନ, ଇଂଟରନେଟ ଓ ଅତ୍ୟାଧୂନିକ ସୁଖ ସୁବିଧାଠାରୁ ଦୂରେଇ ରହି ଏଠାରେ ପାରମ୍ପାରିକ ନାଚ ଗୀତରେ ଏହି ଫେଷ୍ଟିଭାଲ ପାଳନ କରାଯାଇଥାଏ । ଏଠାରେ କାହା ଉପରେ କୌଣସି ପ୍ରତିବନ୍ଧ ନ ଥାଏ । ତେବେ ପରିବେଶକୁ କ୍ଷତି ପଂହଚାଉଥିବା କୌଣସି ପଦାର୍ଥର ବ୍ୟବହାର ଏଠାରେ କରାଯାଇ ପାରିବ ନାହିଁ । କେବଳ ସାଇକେଲ କିମ୍ବା ଚାଲି କରି ଏଠାରେ ବୁଲିପାରିବ ।

Comments are closed.